ରାଜଗାଙ୍ଗପୁର ପୁର୍ବତନ ଜବାନଙ୍କ ଅକାଳ ବିୟୋଗ ରେ ମର୍ମାହତ ସହର। ରାଜଗାଙ୍ଗପୁର ସହର ର ଆଇଟି କଲୋନୀ ନିକଟରେ ରହୁଥିବା ପୁର୍ବତନ ସେନା ଜବାନ ହେମନ୍ତ ମହାରଣା ସକାଳ ପ୍ରାତଃ ଭ୍ରମଣ ପରେ ଘରକୁ ଫେରି ବାଥରୁମ ରେ ପରିସ୍କାର ପରିଚ୍ଛନ୍ନ ହେବା ସମୟରେ ଦେହ ଅସୁସ୍ଥ ହୋଇ ସେହିଠାରେ ପଡ଼ିଯାଇଥିଲେ ପରିବାର ଲୋକେ ହେମନ୍ତ ମହାରଣା କୁ ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରାଯିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।

ହେମନ୍ତ ମହାରଣା ଡାଲମିଆ କଲେଜରେ ଅଧ୍ୟୟନ ସମୟରେ ସେନାରେ ଭର୍ତି ହୋଇଥିଲେ । ଉକ୍ତ ଘଟଣା ରାଜଗାଙ୍ଗପୁର ଅଞ୍ଚଳ ରେ ଶୋକର ଲହରୀ ଖେଳିଯାଇଛି।