ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ଭାଲୁଦୁମା ଗ୍ରାମ ର ପାହାଡ଼ ନିକଟରେ ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ହନୁମାନ ବିଗ୍ରହ ଶୁଦ୍ଧି କ୍ରିୟା ଓ ୧୦୮ ଥର ହନୁମାନ ଚାଳିଶା ପାଠ କରାଯାଇ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ପ୍ରାୟ ୩ ବର୍ଷ ଧରି ରାଜଗାଙ୍ଗପୁର ଅଞ୍ଚଳର ସେଛା ସେବି ମର୍ନିଗଂ ଗ୍ରୃପ ପକ୍ଷରୁ ଅନୁଷ୍ଠିତ ହୋଇଆସୁଛି । ଉକ୍ତ ପୂଜା ଅର୍ଚ୍ଚନା କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ ସ୍ଥାନୀୟ ଜନସାଧାରଣ ଉପସ୍ଥିତି ରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇ ଭକ୍ତ ଙ୍କ ଲାଗି ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।
