ରାଜଗାଙ୍ଗପୁର ପୈରପାଳିକା ଓ ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ମାନଙ୍କରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଛି ସେହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଘୋଗର ଧାମ, ଡାଲମିଆ ମନ୍ଦିର,ବାବା ତଳାବ, ଲିପଲୋଇ ସ୍ଥିତ ଜଗନ୍ନାଥ ମନ୍ଦିର, ପାହାଡି ମନ୍ଦିର,ଓସିଏଲ ମାର୍କେଟ ସମଲେଶ୍ଵରୀ ମନ୍ଦିର ,ତାଲକିପଡା ଦୁର୍ଗା ମନ୍ଦିର,କଳୀବାଡି ଓ ବିଭିନ୍ନ ମନ୍ଦିର ପରିସରରେ ସକାଳୁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଲାଗିରହିଛି ବିଭିନ୍ନ ନଦୀ ଘାଟ ଠାରେ ସାଧାରଣ ଲୋକ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ପବିତ୍ର ଗଙ୍ଗା ଜଳ ଅର୍ପଣ ସହ ମନ୍ଦିର ଠାରେ ବିଧିବଦ୍ଧ ଭାବରେ ପିଠା ତୀଳ ଳଡୁ ପ୍ରସାଦ ସମର୍ପଣ ଓ ପୂଜା ଅର୍ଚ୍ଚନା କରିବା ପରେ ନିଜ ନିଜର ପରିବାର ଓ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।
