ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସମସ୍ତ ଦୋକାନ ମାଲିକଙ୍କୁ ବ୍ୟବସାୟ ନିମନ୍ତେ ଟ୍ରେଡ ଲାଇସେନ୍ସ ପାଇଁ ଯଥାଶୀଘ୍ର ସରକାରୀ ନିୟମ ଅନୁଯାୟୀ ପଞ୍ଜିକୃତ କରିବାକୁ ବାରମ୍ବାର ଚେତାବନୀ ଦେଇଥିଲେ ମାତ୍ର କିଛି ଦୋକାନ ମାଲିକ ଟ୍ରେଡ ଲାଇସେନ୍ସ ପ୍ରାପ୍ତ ନକରି ବ୍ୟବସାୟ କରୁଥିବାରୁ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଭିକ୍ଟୋର ସୋରେଗଂ ଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର ପୋଲିସ ମିଳିତ ଆନୁକୁଲ୍ୟରେ ସହରର ବିଭିନ୍ନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ୩୦ ହଜାର ରୁ ଉର୍ଦ୍ଧ ଟଙ୍କା ଦୋକାନ ମାଲିକ ଙ୍କ ଠାରୁ ଆଦାୟ କରିଥିଲେ ଉକ୍ତ ଚଢ଼ାଉ ବେଳେ ପୈରପାଳିକା କର ବିଭାଗ ର ବରିଷ୍ଠ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।