ରାଜଗାଙ୍ଗପୁର/ଥାନା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଜନସଚେତନତା

କାର୍ଯ୍ୟକ୍ରମ ଅନୁଷ୍ଠିତ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସମସ୍ତ ଅଳଙ୍କାର ଦୋକାନ ର ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ରାଜଗାଙ୍ଗପୁର ଥାନା ପରିସରରେ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଦୋକାନ ଙ୍କୁ ଦୋକାନ ଭିତର ଓ ବାହାର ରେ ସିସିଟିଭି କ୍ୟାମେରା ରାତ୍ରି ଜଗୁଆଳି ଦୋକାନ ରେ ଆସୁଥିବା ସମସ୍ତ ଗ୍ରାହକ ଙ୍କ ଗତିବିଧି ତଥା ଦୋକାନ ର କାନ୍ଥ ଛାତ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ କିଛି ଦିନ ପୂର୍ବରୁ ଯାଜପୁର ପାଣିକୋଇଲି ଠାରେ ସୁନା ଦୋକାନରୁ ଡକାୟତି ଓ ଡବଲ ହତ୍ୟା ଘଟଣା ପରିପ୍ରେକ୍ଷୀରେ ଉକ୍ତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ସମଗ୍ର ଓଡ଼ିଶାରେ ହେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି। ରାଜଗାଙ୍ଗପୁର ସହର ର ସମସ୍ତ ହୋଟେଲ ରେ ଆସୁଥିବା ଗ୍ରାହକଙ୍କ ଗତିବିଧି ଓ ନିଲମ୍ବିତ ରାତ୍ରରେ ଅଜଣା ବ୍ୟକ୍ତିଙ୍କ ଉପରକୁ ତୀକ୍ଷଣ ନଜର ରଖିବାକୁ ଦୋକାନୀ ପୋଲିସ ପ୍ରଶାସନ କୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *