ରାଜଗାଙ୍ଗପୁର/ରାଜଗାଙ୍ଗପୁର ସହର ର ବିଭିନ୍ନ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲାପାଳ ମହୋଦୟ ଶ୍ରୀ ମନୋଜ୍ ସତ୍ୟବାନ୍ ମହାଜନ ଗ୍ରସ୍ତ ରେ ଆସି ସରବତୀ ମହିଳା

ମହାବିଦ୍ୟାଳୟ ଓ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଙ୍କୁ ସମସ୍ୟା ସମ୍ପର୍କରେ ଆଲୋଚନା କରି ପ୍ରତିକାର ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ନବ ନିର୍ମିତ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ସମନ୍ଧରେ ସମାଜସେବୀ ରମେଶ ସୋନି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି ଅବସରରେ ରାଜଗାଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ବାଗ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ଃ ଜଗଦିଶ ଟୋପୋ ଙ୍କ ସହ ପୁର୍ତ ବିଭାଗ ର ବରିଷ୍ଠ ଅଧିକାରୀ ଓ ଡାକ୍ତରଖାନା ର ବହୁ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *