ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାଜପେୟୀ ରେଳ ଫାଟକ ପାଖରେ କୈାଣସି କାରଣ କୁ ନେଇ ରାଜଗାଙ୍ଗପୁର ଅଞ୍ଚଳ ର ସମାଜସେବୀ ତଥା ଯୁବ ସାମ୍ବାଦିକ ନୋମି ସନ୍ନ୍ୟାସୀ ଓ ବଗିଚା ପଡା ସ୍ଥାନୀୟ ଯୁବଗୋଷ୍ଠୀ ଙ୍କ ସହ କଲି ଗୋଲ ଯୁକ୍ତିତର୍କ ହେବାପରେ ଯୁବଗୋଷ୍ଠୀ ସଂଘବଦ୍ଧ ସୋଇ ନୋମି ସନ୍ନ୍ୟାସୀ ଙ୍କୁ ଆକ୍ରମଣ କରିଥିଲେ ଘଟଣା ସ୍ଥଳରୁ ଗୁରୁତର ଆହତ ଅବସ୍ଥା ରେ ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା ଉକ୍ତ ଘଟଣା ରେ ରାଜଗାଙ୍ଗପୁର ପୋଲିସ ନୋମି ସନ୍ନ୍ୟାସୀ ଙ୍କ ଲିଖିତ ଅଭିଯୋଗ ପରେ ବଗିଚା ପଡା ଅଞ୍ଚଳ ର ଆଠ ଜଣଙ୍କୁ ଥାନା ରେ ଆଣି ପଚରା ଉଚୁରା କରିଥିଲେ ଉକ୍ତ ଘଟଣା ରେ ସମ୍ଫୁକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା ଧାରାରେ କେସ ନଂ ୧୦/୨୫ ଓ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ରାଜଗାଙ୍ଗପୁର ପୋଲିସ ପକ୍ଷରୁ ସୁଚନା ମିଳିଛି।