ରାଜଗାଙ୍ଗପୁର / ସୁନ୍ଦରଗଡ଼ ଯାତରା ସଂସ୍କୃତ ପରିଷଦ ପକ୍ଷରୁ ସମ୍ମାନିତ।

ରାଜଗାଙ୍ଗପୁର ସହର ର ସୁ ପ୍ରସିଦ୍ଧ ଦିବ୍ୟାଗଂ ଖେଳାଳି ବସନ୍ତ ନିମ ଶ୍ରେଷ୍ଠ ରାଜଗାଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲା ଓ ଓଡ଼ିଶା ର ପ୍ରତିନିଧିତ୍ଵ କରି ବିଭିନ୍ନ ଖେଳ ପ୍ରତିଯୋଗିତାରେ ଓଡିଶାର ମାଟିର ଗୈାରବାନିତ କରିଥିଲେ ଉକ୍ତ ସଫଳତା ପାଇ ରାଜ୍ୟ ତଥା ରାଜଗାଙ୍ଗପୁର ର ବିଭିନ୍ନ ସାମାଜିକ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଛି ସେହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସୁନ୍ଦରଗଡ଼ ଯାତରା ସଂସ୍କୃତ ପରିଷଦ ,ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଯାତ୍ରା ୨୦୨୫ ଏବଂ ପଲ୍ଲୀ ଶ୍ରୀ ମେଳା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବସନ୍ତ ନିମ ଶ୍ରେଷ୍ଠ ଙ୍କୁ ଯାତରା

 

 

ମଞ୍ଚ ଠାରେ ପରିଷଦ ର ଅଧକ୍ଷ ତଥା ଜିଲ୍ଲାପାଳ ଶ୍ରୀ ଯୁକ୍ତ ମନୋଜ ସତ୍ୟବାନ୍ ମହାଜନ, ରାଉରକେଲା ଡି ଆଇ ଜି ଶ୍ରୀ ଯୁକ୍ତ ବ୍ରୀଜେଶ ରାଏ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ଜିଲ୍ଲା ଏସ ପି ଶ୍ରୀ ଯୁକ୍ତ ପ୍ରିତୁଷ ଦିବାକର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ନୀ ଓ ଅନ୍ୟାନ୍ୟ ଅତିଥି ଙ୍କ ଉପସ୍ଥିତି ରେ ମାନପତ୍ର ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବସନ୍ତ ନିମ ଶ୍ରେଷ୍ଠ ବହୁ ବର୍ଷ ଧରି ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ କାର୍ଯ୍ୟଳୟ ଠାରେ କମ୍ପୁଟର ବିଭାଗ ରେ କାର୍ଯ୍ୟରତ । ଟ୍ରକ ମାଲିକ ସଂଘ ପକ୍ଷରୁ ତାଙ୍କୁ ସପରିବାର ରହିବା ପାଇଁ ଗୃହ ମଧ୍ୟ ପ୍ରଦାନ କରା ଯାଇଛି।

Leave a Reply

Your email address will not be published. Required fields are marked *