ରାଜଗାଙ୍ଗପୁର/ବିଦେଶୀ ମଦ ଦୋକାନରେ ସାମୁହିକ ଆକ୍ରମଣ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଛକ ନିକଟରେ ଥିବା ମୁଖ୍ୟ ରାଜ୍ୟ ରାଜପଥ ଠାରେ ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ବିଦେଶି ମଦ ଦୋକାନରେ କୈାଣସି କାରଣ ନେଇ ଗ୍ରାହକ ଓ ଦୋକାନ କର୍ମଚାରୀ ମଧ୍ୟରେ ଯୁକ୍ତିତର୍କ ହେବାପରେ ନିକଟସ୍ଥ ଗ୍ରାମ ରୁ କିଛି ଗ୍ରାମ ବାସିନ୍ଦା ରାଣିବନ୍ଧ ବିଦେଶି ମଦ ଦୋକାନରେ ଘୋରାଉ କରି ଦୋକାନ ର ମୁଖ୍ୟ ଲୁହା ଗେଟ୍ ଭାଂଗି ଭିତରକୁ ପ୍ରବେଶ କରି କର୍ମଚାରୀ ଙ୍କୁ ପ୍ରବଳ ମାଡ଼ ମାରିବା ସଂଗେସଂଗେ ବିଦେଶୀ ମଦ, ସିସିଟିଭି କ୍ୟାମେରା, କମ୍ପୁଟର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସୁଚନା ପାଇଁ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବା ପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସୁଚନା ଦିଆଯାଇଥିଲା। ଉକ୍ତ ଘଟଣା ପରେ ଦୋକାନ ର କର୍ମଚାରୀ ଭୟଭୀତ ଅବସ୍ଥା ରେ ଥିବା ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *