ରାଜଗାଙ୍ଗପୁର ପୁରୁଣା ବସ୍ ଷ୍ଟାଣ୍ଡରେ ଅଟୋ ଚାଳକ ବର୍ଷ ବର୍ଷ ଧରି ଅଟୋ ଚାଳକ ଅଟୋ ପାର୍କିଂ ସ୍ଥଳ ଭାବରେ ବ୍ୟାବହାର କରି ପ୍ରାୟ ଚାଳିଶ ଟି ଅଟୋ ଚାଳକ ନିଜର ପରିବାର ଭରଣପୋଷଣ କରିଥାଆନ୍ତି ମୋ ବସ୍ ଚଳାଚଳ ସମୟରେ ରାଜଗାଙ୍ଗପୁର ନୂତନ ବସ୍ ଷ୍ଟାଣ୍ଡରେ ବେ ସରକାରୀ ବସ୍ ଓ ମୋ ବସ୍ ମଧ୍ୟରେ ରହଣୀ ବିବାଦ ପରେ ମୁଖ୍ୟ ରାସ୍ତା କଡ଼ରେ ମୋ ବସ୍ ରହଣୀ କୁ ନେଇ ସ୍ଥାନୀୟ ଜନସାଧାରଣ ଏହାର କଡ଼ା ବିରୋଧ କରିବା କୁ ନେଇ ରାଜଗାଙ୍ଗପୁର ପୈରପାଳିକା, ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରି ପୁରୁଣା ବସ୍ ଷ୍ଟାଣ୍ଡରେ ମୋ ବସ୍ ରହଣୀ ବ୍ୟାବସ୍ଥା ଗ୍ରହଣ ପରେ ଅଟୋ ଚାଳକ ଙ୍କ ରହଣୀ ସମସ୍ୟା କୁ ନେଇ ଆଜି ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ସହ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ।