ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଲିପଲୋଇ ଛକ ନିକଟରେ ଥିବା ଶହୀଦ ପ୍ରଦିପ ପଣ୍ଡା ଙ୍କ ସପ୍ତମ ଶ୍ରଦ୍ଧାଞ୍ଜଳି ଦିବସ ଉପଲକ୍ଷେ ତାଙ୍କର ବଡ଼ ଭାଇ ପୁର୍ବତନ ସେନା ଜବାନ ଦିଲିପ୍ ପଣ୍ଡା ଙ୍କ ତତ୍ବାବଧାନରେ ରାଜଗାଙ୍ଗପୁର ବିଜେପି ମଣ୍ଡଳ ସଭାପତି ରାଜନ ସୋନି ଯୋଗଦାନ କରି ଶହୀଦ ପ୍ରଦିପ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ରାଜଗାଙ୍ଗପୁର ବିଜେପି ଦଳ ପକ୍ଷରୁ ବରିଷ୍ଠ ନେତା କର୍ମୀ ଓ ସାଧାରଣ ନାଗରିକ ଙ୍କ ଉପସ୍ଥିତି ରେ ଶହୀଦ ପ୍ରଦିପ ପଣ୍ଡା ଙ୍କ ଜୀବନୀ ଓ କାଶ୍ମିର ଠାରେ କାର୍ଯ୍ୟରତ ସମୟରେ ଦେଶ ପାଇଁ ଶହୀଦ ହୋଇଥିବା ସମସ୍ତ ବଳିଦାନ ଗାଥା ଜନସାଧାରଣ ଙ୍କୁ ଅବଗତ କରାଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ତାଙ୍କର ସଦସ୍ୟ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମାଜିକ ସଂଗଠନ ସ୍ବେଛାସେବୀ ସଂସ୍ଥା ଉପସ୍ଥିତ ଥିଲେ।
