ରାଜଗାଙ୍ଗପୁର/ଗୋଷ୍ଠୀ କେନ୍ଦ୍ର ଉଦଘାଟିତ। ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ଲମଲୋଇ ଗ୍ରାମର ମଝାପଡା ଠାରେ ଗ୍ରାମବାସୀ ଙ୍କ ବହୁ ଦିନର ସ୍ବପ୍ନ ଓ ଆଶା ପୁରଣ କରିପାରିଛନ୍ତି ଜିଲ୍ଲା

ପରିଷଦ ସଭ୍ୟା ଶ୍ରୀ ମତି ସୁଶିଲା ଟୋପୋ ତାଙ୍କରି ଉଦ୍ୟମକ୍ରମେ ଜିଲ୍ଲା ପରିଷଦ ପାଣ୍ଠି ରୁ ପ୍ରାୟ ଏଗାର ଲକ୍ଷ୍ୟ ଟଙ୍କା ରେ ନିର୍ମିତ ନୂତନ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ କରିଥିଲେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ମାନ୍ୟବର ପୁର୍ବତନ ବିଧାୟକ ଶ୍ରୀ ମଗଂଲା ନିଶାନ। ଉକ୍ତ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ କୁ ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜଗାଙ୍ଗପୁର ବ୍ଳକ ଚେୟାରମେନ ବସନ୍ତ ଟୋପୋଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତି କୁକୁର, ବ୍ଳକ ଚେୟାରମେନ ଶବିନା ମିଞ୍ଜ, ରାମଚନ୍ଦ୍ର କୂଜର ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଦଳିୟ ନେତା କର୍ମୀ ଓ ସାଧାରଣ ଗ୍ରାମ ବାସିନ୍ଦା ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ଛୋଟ ଛୋଟ ପିଲାଙ୍କ ଦ୍ବାରା ଆଦିବାସୀ ସଂସ୍କୃତିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *