ରାଜଗାଙ୍ଗପୁର/ଟ୍ରକ ମାଲିକ ସଂଘ ଓ ମଜାର କମିଟି ପକ୍ଷରୁ ସମ୍ବର୍ଧନା।

ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ଓ ମଜାର କମିଟି ପକ୍ଷରୁ ରାଜଗାଙ୍ଗପୁର ଏ ଡି ପି ଓ ଙ୍କୁ ବିଦାୟକାଳୀନ ସମ୍ବର୍ଧନା ଶୁଭେଚ୍ଛା ପ୍ରଦାନ କରିଥିଲେ।ଏ ସ ଡି ପି ଓ ଙ୍କ ଦୁଇ ବର୍ଷ ତିନି ମାସ ନିଜର କାର୍ଯ୍ୟକାଳ ମଧ୍ୟରେ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ର ବହୁ ଅପରାଧରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଗିରଫ କରିବା ସହ ବିଭିନ୍ନ ମାମଲା

ରେ ଜଡିତ କେସ ସମାଧାନ କରିଥିଲେ ରାଜଗାଙ୍ଗପୁର ସହର ର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ପର୍ବପର୍ବାଣୀ ଶାନ୍ତି ଶୃଙ୍ଖଳା ସହ ସମାପନ କରିବାରେ ରାଜଗାଙ୍ଗପୁର ଥାନା ରେ କାର୍ଯ୍ୟରତ ପୋଲିସ ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଦିଇତ୍ବରେ ଥିବା ଅଧିକାରୀ ସୁରକ୍ଷା ବଳ ଓ ସାଧାରଣ ନାଗରିକ ଙ୍କ ସହଯୋଗ ରେ ସମ୍ଭବ ରେ ହୋଇପାରିଛି ବୋଲି ନିଜର ମତ ପ୍ରକାଶ କରିଥିଲେ । ତାଙ୍କର ପଦୋନ୍ନତି ହୋଇ କୋରାପୁଟ ଏ ଏସ ପି ଦାଇତ୍ୱ ପାଇଥିବାରୁ ସମସ୍ତେ ତାଙ୍କୁ ପୁଷ୍ପଗୁଚ୍ଛ ଉତ୍ତରିୟ ପ୍ରଦାନ କରି ଶୁଭକାମନା ଜଣାଇଥିଲେ।ଏହି ଅବସରରେ ଟ୍ରକ ମାଲିକ ସଂଘ ର ସଭାପତି ଜଗନ୍ନାଥ ଯାଦବ ସମ୍ପାଦକ ରାକେଶ ନନ୍ଦା ମଜାର କମିଟି ପକ୍ଷରୁ ସଭାପତି ଷ୍ପାକ ଗୁଡ୍ଡା ଅଶୋକ ଦାସ ଇବରାର ଅହମଦ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ଓ ସାଧାରଣ ନାଗରିକ ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

Leave a Reply

Your email address will not be published. Required fields are marked *