ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକରେ ବିଜେଡି ଦଳର ୨୮ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳର ବରିଷ୍ଠ ନେତା ଅନିଲ ବରୁଆ ଙ୍କ ନେତୃତ୍ବରେ ରାଜଗାଙ୍ଗପୁର ପୈରପାଳିକା ଓ ପଞ୍ଚାୟତ ରୁ ଆସିଥିବା ଶହଶହ ନେତା କର୍ମୀ ବିଜୁବାବୁଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ କରି ସରକାରୀ ଡାକ୍ତରଖାନାରେ ଗରିବ ଓ ରୋଗୀଙ୍କୁ ଫଳ ବାଣ୍ଟି ଥିଲେ ନିର୍ବାଚନ ପରାଜୟ କୁ ଭୁଲି ସମସ୍ତ ନେତା କର୍ମୀ ଏକମତ ଏକଜୁଟ ହେଇ କାର୍ଯ୍ୟ କଲେ ଆଗାମୀ ପଞ୍ଚାୟତ ଓ ପୈରପାଳିକା କରିବ ବୋଲି ନିଜ ନିଜର ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅମରେଶ ପଣ୍ଡା,ବସନ୍ତ ଟୋପୋ, ରାଜେନ୍ଦ୍ର ଲେଙ୍କା, ଏମଡି ଇରଫାନ,ସୁଶିଲା ଟୋପୋ,ସବିନା ମିଞ,ରାମ ଚନ୍ଦ୍ର କୁକୁର,ସୁଭଦ୍ରା ଷଡ଼ଙ୍ଗୀ, ରାଜେନ୍ଦ୍ର ବେହେରା ରାଜଗାଙ୍ଗପୁର ପୈରପାଳିକାର ବିଭିନ୍ନ କାଉନସିଲର, ସରପଞ୍ଚ, ସମିତି ସଭ୍ୟ ଓ ନେତା କର୍ମୀ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।