କରଞ୍ଜିଆ, ତା୨୨/୧୨: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ଅଙ୍କୁରା ସ୍ଥିତ ବିକାଶ କନଭେଣ୍ଟ ସ୍କୁଲ ଠାରେ ଧୂମଧାମରେ କ୍ରିସ୍ ମାସ୍ ଡେ ପାଳନ ଏବଂ ଶୀଶୁ ଉଦ୍ୟାନ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ଅଧ୍ଯକ୍ଷା ସିଷ୍ଟର ଆଞ୍ଚିଲା ଙ୍କ ପୌରହିତ୍ଯ
ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଶୁବ୍ରତ କୁମାର ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଫାଦର୍ ମାର୍ଶାଲ କୁଜୁର,ଏବଂ ଅନ୍ୟତମ ଅତିଥି ଭାବେ ଏନ ଏସି ଅଧ୍ୟକ୍ଷା ଶ୍ରୀମତୀ ପପୀ ପୃଷ୍ଟି ଉପସ୍ଥିତ ଥିଲେ।ମୁଖ ଅତିଥି ଶ୍ରୀଯୁକ୍ତ କୁମାର ଛାତ୍ରଛାତ୍ରୀ ଙ୍କୁ ସମ୍ବୋଧିତ କରି ଉକ୍ତ ପବିତ୍ର ଦିବସ ର ଶୁଭେଚ୍ଛା ଜଣାଇବା ସହ ସ୍ନେହ, ପ୍ରେମ ଏବଂ ସେବାକାର୍ଯ୍ୟ ଉପରେ ପ୍ରେରଣା ଦେବା ସହ ନିଜ ସ୍କୁଲ ଜୀବନୀ ର ଅନୁଭୂତି ପ୍ରକାଶ କରି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ।
ନିଜର ବକ୍ତବ୍ୟ ରେ ଫାଦାର ଶ୍ରୀଯୁକ୍ତ କୁଜୁର ଉପସ୍ଥିତ ସମସ୍ତଙ୍କୁ ମେରିକ୍ରିସମାସ ର ଶୁଭେଚ୍ଛା ଜଣାଇବାସହ ଛାତ୍ରଛାତ୍ରୀ ଏବଂ ଅଞ୍ଚଳର ମଙ୍ଗଳ କାମନା କରିଥିଲେ।ଉକ୍ତ ଅବସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନ କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୁମାର ଫିତାକାଟି ଉଦଘାଟନ କରିଥିଲେ।ପରେ ଶିକ୍ଷକ ସମ୍ବିତ ପଟ୍ଟନାୟକ ଙ୍କ ନୃତ୍ୟ ପ୍ରଶିକ୍ଷଣ ରେ ଛାତ୍ରଛାତ୍ରୀ ମାନେ ମନମୁଗ୍ଧକର ସମ୍ବଲପୁରୀ, ରାଜସ୍ଥାନୀ ଆଦି ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ।ଜାତୀୟ ଏବଂ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ଗଣ ପୁରଷ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ମିସ୍ ଦୀପୀକା ଏବଂ ଶ୍ରୀମାନ ଭବାନୀ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ କୁ ଶିକ୍ଷକ ଶ୍ରୀ ଲୁଲୁ ଦାସ ଅଧିକାରୀ, ଶ୍ରୀ ସଞ୍ଜୟ ସାହା ଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ସଞ୍ଜୀବ ମହାନ୍ତ, ସୁମନ ସାହା,ଚନ୍ଦ୍ରଶେଖର ବେହେରା ଶିକ୍ଷୟିତ୍ରୀ ଉପାସନା ମିସ, କୁନି ମିସ,ଭଗବତୀ ଗୁପ୍ତା,ରେଖା ଅଗ୍ରୱାଲା, ସୁଦୀପା ମିସ ପ୍ରମୁଖ ଙ୍କ ପରିଚାଳନା ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଙ୍କ ସହ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଆନନ୍ଦ ଉତ୍ସବ ମନାଇଥିଲେ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।