ରାଜଗାଙ୍ଗପୁର/SDPO ଙ୍କୁ ବିଦାୟକାଳୀନ ସମ୍ବର୍ଧନା ପ୍ରଦାନ।

ରାଜଗାଙ୍ଗପୁର ପୋଲିସ ଥାନା ପରିସରରେ ଏସଡିପିଓ ଡଃ ଅଭିଷେକ ପାଣିଗ୍ରାହୀ ଙ୍କୁ ବିଦାୟକାଳୀନ ସମ୍ବର୍ଧନା ସହ ଆମ ପୋଲିସ ସମିତି ବୈଠକ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ଡଃ ଅଭିଷେକ ପାଣିଗ୍ରାହୀ ପ୍ରାୟ ଦୁଇ ବର୍ଷ ତିନି ମାସ ନିଜର କାର୍ଯ୍ୟକାଳ ମଧ୍ୟରେ ରାଜଗାଙ୍ଗପୁର କୁତ୍ରା ବଡ଼ଗାଁ ଅଞ୍ଚଳ ସହ ଟ୍ରକ ମାଲିକ ସଂଘ ଓ ଡାଲମିଆ ସିମେଣ୍ଟ କାରଖାନାର ବିଭିନ୍ନ ସମସ୍ୟା ସମନ୍ଧରେ ସମାଧାନ କରିବାରେ ସଫଳ ହୋଇଥିଲେ। ତାଙ୍କର ପଦୋନ୍ନତି ହୋଇ କୋରାପୁଟ ଜିଲ୍ଲାରେ ଅତିରିକ୍ତ ଏସପି ଭାବରେ ଯଥାଶୀଘ୍ର ଦାଇତ୍ୱ ତୁଲାଇବେ ବୋଲି ଆଜି ସୁଚନା ଦେଇଥିଲେ।

ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଆମ ପୋଲିସ ସମିତି ବୈଠକ ପ୍ରତିମାସ ପ୍ରତି ୱାର୍ଡରେ ଅନୁଷ୍ଠିତ କରାଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ସୁଚନା ଦେଇଥିଲେ ଏହି ଅବସରରେ ରାଜଗାଙ୍ଗପୁର ଝରଝରା ମହୋତ୍ସବ କମିଟି ର ସମସ୍ତ ସଦସ୍ୟ, ବିଭିନ୍ନ ରାଜନୈତିକ ଦଳର ନେତାକର୍ମି ମାନ୍ୟଗଣ୍ୟ ବ୍ୟକ୍ତି ବରିଷ୍ଠ ନାଗରିକ, କ୍ରାନ୍ତି ଓଡ଼ିଶା ମିଡ଼ିଆ, ସାଧାରଣ ନାଗରିକ ଓ ପୋଲିସ ଥାନା ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅଧିକାରୀ ଡ଼ଃ ଅଭିଷେକ ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *