ପ୍ରଥମ ରାତ୍ରି ଝରଝରା ମହୋତ୍ସବ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ନ ଚନ୍ଦ୍ର ମହାପାତ୍ର, ଡାଲମିଆ ସିମେଣ୍ଟ କାରଖାନାର କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବ ଜୀ, ପୁର୍ବତନ I R S ଶ୍ରୀସନ୍ତୋଷ ଅମାତ, ବିଜେପି ବରିଷ୍ଠ ନେତା ଶ୍ରୀ ରଞ୍ଜନ ପଟେଲ କମିଟି ର ସମସ୍ତ ସଦସ୍ୟ ବିଭିନ୍ନ ରାଜନୈତିକ ଦଳର ନେତାକର୍ମି ମାନ୍ୟଗଣ୍ୟ ବ୍ୟକ୍ତି ସେଛା ସେବି ସଂଘଟଣ ଓ ସାଧାରଣ ନାଗରିକ ଙ୍କ ଉପସ୍ଥିତି ରେ ମୁଖ୍ୟ ଗେଟ ଠାରେ ଫିତା କଟାଯାଇ ଆନୁଷ୍ଠାନିକ ଭାବରେ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ଅତୁଳନୀୟ ଅବଦାନ ପାଇଁ ରାଜଗାଙ୍ଗପୁର ଅଞ୍ଚଳର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ମାନୀତ କରାଯାଇ ସ୍ଥାନୀୟ ସ୍କୁଲ ଓ ରାଜ୍ୟ ବାହାରୁ ଆସିଥିବା କଳାକାର ଙ୍କ ଦ୍ଵାରା ନୃତ୍ୟ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇନ ଶୃଂଖଳା ବଜାୟୀ ରଖିବା ପାଇଁଁ ରାଜଗାଙ୍ଗପୁର ପୋଲିସ ପକ୍ଷରୁ କଡା ବନ୍ଦୋବସ୍ତ ଗ୍ରହଣ ହୋଇଥିଲା।