ରାଜଗାଙ୍ଗପୁର/ ଐତିହାସିକ ଝରଝରା ମହୋତ୍ସବ ଶୁଭାରମ୍ଭ।

ରାଜଗାଙ୍ଗପୁର ସହର ର ଐତିହାସିକ ଗଣ ମହୋତ୍ସବ ଝରଝରା ଆଜି ବିଧିବଦ୍ଧ ଭାବରେ ପବିତ୍ର ଘୋଗର ଧାମ ମନ୍ଦିର ଠାରେ ଯୁବ ସମାଜସେବୀ ସନ୍ଦିପ ଦାସ ଙ୍କ ତତ୍ବାବଧାନରେ ରାଜଗାଙ୍ଗପୁର ର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଙ୍କ ଦ୍ଵାରା ସାମୁହିକ ପୂଜା ଅର୍ଚ୍ଚନା କରାଯାଇ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ରେ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଛକ, ଡାଲମିଆ ମନ୍ଦିର, ଲାଳ ବାବା ମଜାର ଠାରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଶୋଭାଯାତ୍ରା କୁ ନାଚଗୀତ ତାଳେ ତାଳେ ଫୁଟବଲ ପଡ଼ିଆ ଝରଝରା ମହୋତ୍ସବ ସ୍ଥଳରେ ମଶାଳ ପୋତା ସହ ପତାକା ଉତ୍ତୋଳନ କରାଯାଇ ଆନୁଷ୍ଠାନିକ ଭାବରେ ମହୋତ୍ସବ ଶୁଭାରମ୍ଭ ହୋଇଥିଲା।

ଏହି ଅବସରରେ ରାଜଗାଙ୍ଗପୁର ଏସଡିପିଓ ଡକ୍ତର ଅଭିଷେକ ପାଣିଗ୍ରାହୀ, ଡାଲମିଆ ସିମେଣ୍ଟ କାରଖାନାର କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବ ଜୀ, ସୁବ୍ରତ ପଟ୍ଟନାୟକ, ଅଶୋକ ଦାସ, ଆନନ୍ଦ ଅଗ୍ରୱାଲ, ରମେଶ ଅଗ୍ରୱାଲ, ଷ୍ପାକ ଗୁଡ୍ଡା,ଅଜୟ ସାହୁ, ପବନ ଗଡୋଡିଆ, ଅରୁଣ ସାମଲ,ଦେବରଞନ ବିନୋଦ,ଶଶି ଚୈରସିଆ,ସନଚିତା ମହାପାତ୍ର, ପ୍ରିୟଦର୍ଶିନୀ ଭୋଇ, ସୁଜାତା ଦାସ,ଅଶିମା ମୁଖାର୍ଜୀ ରାଜଗାଙ୍ଗପୁର ପୋଲିସ ସାଧାରଣ ନାଗରିକ କମିଟି ର ସଦସ୍ୟ ରାଜଗାଙ୍ଗପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସାମାଜିକ ସଂଗଠନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ମଶାଳ ଶୋଭାଯାତ୍ରା କୁ ଭାବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Leave a Reply

Your email address will not be published. Required fields are marked *