ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ଟ୍ରାଇବଳ ହୋଷ୍ଟେଲ ଠାରେ ସମଗ୍ର ବିକାଶ ନିର୍ଦ୍ଦେଶିକା ସିଷ୍ଟର ମଞ୍ଜୁଳା ବାଡ଼ା ଙ୍କ ତତ୍ବାବଧାନରେ ରାଜଗାଙ୍ଗପୁର ର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଳକ ଠାରେ ଯୁବକ ଯୁବତୀ ମହିଳା ପୁରୁଷ ଓ ସାଧାରଣ ନାଗରିକ ଙ୍କ ଅଧିକାର ସମ୍ବନ୍ଧ ରେ ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଗ୍ରାମବାସୀ ଙ୍କୁ ସଚେତନ କରାଇଥିଲେ। ନିଜର ତଥା ପରିବାର ଭରଣପୋଷଣ ପାଇଁ ଜନ୍ମ ମାଟି ଛାଡ଼ି ବିଭିନ୍ନ ସ୍ଥାନରେ କାମଧନ୍ଦା ସନ୍ଧାନରେ ଯାଉଥିବା ଯୁବକ ଯୁବତୀ ମହିଳା ଓ ପୁରୁଷଙ୍କ ଅଧିକାର, ସୁରକ୍ଷା ସମ୍ପର୍କରେ ସିଷ୍ଟର ମଞ୍ଜୁଲା ବାଡା ସମସ୍ତ ଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ବିଭିନ୍ନ ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ସମଗ୍ର ବିକାଶ ର ବହୁ ସଦସ୍ୟ ସାଧାରଣ ନାଗରିକ ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।