ଅନ୍ତର୍ଗତ ରାଣିବନ୍ଧ ନୀୟୁ କଲୋନୀ ନିବାସୀ ପଙ୍କଜ ମିଶ୍ର ସପରିବାର କୈାଣସି କାରଣ ବଶତଃ ନିଜ ଗ୍ରାମକୁ ଯିବା ସମୟରେ ପଡ଼ୋଶୀ ଘର ମାଳିକଙ୍କୁ ଚାବି ହସ୍ତାନ୍ତର କରି ନିକଟରେ ଭଡ଼ା ରେ ରହୁଥିବା ରାଜମିସ୍ତ୍ରୀ କୁ ଘର ଜଗିବା ନିମନ୍ତେ ଦାଇତ୍ୱ ପ୍ରଦାନ କରି ରାଜଗାଙ୍ଗପୁର ରୁ ନିଜର ଗ୍ରାମ କୁ ଯାଇଥିଲେ ମଙ୍ଗଳବାର ରାତିରେ ଦାଇତ୍ୱ ରେ ଥିବା ଜଗୁଆଳି ପଙ୍କଜ ମିଶ୍ର ଙ୍କ ଘରେ ନ ଶୋଇ ବୁଧବାର ସକାଳେ ଘର ପଛପଟ କବାଟ ଖୋଲିବା
ସମୟରେ କବାଟ ଭଙ୍ଗା ଓ ଘର ଭିତରେ ଇତସ୍ତିତ ସମସ୍ତ ଯାବତୀୟ ସାମଗ୍ରୀ ଏଣେତେଣେ ପଡ଼ିଥିବା ଦେଖି ନିକଟରେ ରହିଥିବା ପଡୋଶୀ ଙ୍କୁ ସୁଚନା ଦେବା ସହ ମାଳିକକୁ ଫୋନ ଯୋଗେ ଅବଗତ କରାଇଥିଲେ। ପଙ୍କଜ ମିଶ୍ର ଉକ୍ତ ଘଟଣା ସମ୍ବନ୍ଧରେ ରାଜଗାଙ୍ଗପୁର ପୋଲିସ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କୁ ସମସ୍ତ କଥା ସୁଚନା ଦେବା ପରେ ପୋଲିସ ପକ୍ଷରୁ ରାଣିବନ୍ଦ ନୀୟୁ କଲୋନୀ ଠାରେ ପଙ୍କଜ ମିଶ୍ର ଙ୍କ ଘରେ ସବୁଦିଗରୁ ତଦନ୍ତ କରି ଫେରି ଯାଇଥିଲେ ପଙ୍କଜ ମିଶ୍ର ଗ୍ରାମ ରୁ ଫେରିବା ପରେ ଚୋରି ହୋଇଥିବା ସାମଗ୍ରୀ ଓ ପଡୋଶୀ ଙ୍କ ସିସିଟିଭି କ୍ୟାମେରା ଯାଞ୍ଚ ପରେ ସତ୍ୟ ସାମନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ କରିଥିଲେ।