ମହାବିଦ୍ୟାଳୟ ରେ ବେଆଇନ ଭାବେ ଶହଶହ ଗଛ କଟାଯିବା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ।

କରଞ୍ଜିଆ- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ସ୍ଥିତ ମା ବାସୁଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ଆଣିଛନ୍ତି ଯୁବ ସାମ୍ବାଦିକ ଶ୍ରୀ ହରେକୃଷ୍ଣ ତ୍ରିପାଠୀ। ଗତ ୧୬ ତାରିଖ ଦିନ କରଞ୍ଜିଆ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୋୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗଣ୍ଠୁପଲ୍ଲି ଙ୍କ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବାଶୁଳୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଗଛ କଟା ରେ ଦୁର୍ନୀତି ନେଇ ତଦନ୍ତ ଦାବି କରିଛନ୍ତି ଶ୍ରୀ ତ୍ରିପାଠୀ l

ତେବେ ଅଭିଯୋଗ କୁ ଗୁରୁତ୍ୱ ରସହ ନେଇ ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି l ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମା ବାସୁଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଆକାଶିଆ ଏବଂ ଇଉକାଲିପଟାସ ଗଛ ଗୁଡିକ ଶ୍ରେଣୀ ଗୃହ ପାଇଁ ବିପଦ ସୃଷ୍ଟି କରୁଥିବା ଏବଂ ଗଛଥିବା ଦ୍ଵାରା ସାପ ଏବଂ ଅନ୍ୟ ସରୀସୃପ ପଶି ଆସୁଥିବା କାରଣ ଦର୍ଶାଇ ଗଛ ଗୁଡିକୁ କାଟିବା ପାଇଁ ବନଖଣ୍ଡ ଅଧିକାରୀ ଙ୍କୁ ଅନୁମତି ମଗାଯାଇଥିଲା l ତେବେ ଏହି ବାହାନାରେ ପରିସରରେ ଥିବା ୬୦ ଟି ଆକାଶିଆ ଏବଂ ୩୨୦ ଟି ଇଉକାଲିପଟାସ ଗଛ କାଟି ବିକ୍ରୀ କରି ଦିଆଗଲା l ମାତ୍ର ବନ ବିଭାଗ ଦ୍ୱାରା ମାପ କିମ୍ବା ଚାଲାଣ ଅନୁମତି ପତ୍ର ନିଆଯାଇନାହିଁ ଏବଂ ବିକ୍ରି ନିମନ୍ତେ କୌଣସି ବିଜ୍ଞାପନ ମଧ୍ୟ ଦିଆଯାଇନାହିଁ l ସାଲାସୁତୁରା ନିତିରେ କୌଣସି ଜଣେ ବ୍ୟବସାୟୀଙ୍କୁ ଗଛ ବିକ୍ରି କରାଗଲା l

ସେଥିରେ କେତେ ଗଣ୍ଡି କାଠ କେତେ ଜାଳ କାଠ ତାର କୌଣସି ହିସାବ ଅନୁଷ୍ଠାନ ପାଖରେ ନଥାଇ ଆଈନ ଉଲ୍ଲଂଘନ କରି ଅଧ୍ୟକ୍ଷ ଉକ୍ତ ଗଛ କାଟି ବିକ୍ରୀ କରିଦେଲେ l ୩୮୦ ଟି ଗଛରୁ ଅନୁଷ୍ଠାନକୁ ସମୁଦାୟ ୭୦ହଜାର ଟଙ୍କା ମିଳିଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି l ଅଧ୍ୟକ୍ଷଙ୍କୁ ପଚାରିବାରୁ କଣ୍ଟ୍ରାକ୍ଟରଙ୍କୁ ବାକି ଟଙ୍କା ଜମା କରିବାକୁ ଲେଖାଯାଇଥିବା ଏବଂ ଗତ ୬ ମାସ ହେଲା ସ୍ୱାସ୍ଥ୍ୟ ଖରାପ ଥିବାରୁ କଣ୍ଟ୍ରାକ୍ଟର ସମୟ ମାଗିଥିବା ସେ କହିଛନ୍ତି l

ତେବେ ବିକ୍ରି କାଠ ଏବଂ ବାକି ଅର୍ଥ ପରିମାଣ ଉଲ୍ଲେଖ କରିପାରିନାହାନ୍ତି lଗଛ କାଟି ବିକିବାର ଇତି ମଧ୍ୟରେ ଗୋଟିଏ ବର୍ଷ ବିତିଯାଇଥିବା ବେଳେ ମାତ୍ର ୭୦ ହଜାର ଟଙ୍କା ବାଦ ବାକି ଅର୍ଥ କୁ କିଏ ଚଞ୍ଚକତା କରି ହାତେଇଛି ତାହା ତଦନ୍ତ ସାପେକ୍ଷ। ଏନେଇ ସାମ୍ବାଦିକ ଶ୍ରୀ ତ୍ରିପାଠୀ ସୂଚନା ଆଈନ ବଳରେ ତଥ୍ୟ ମାଗିବା ପରେ ଦୁର୍ନୀତି ଅନୁଭବ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି l ଜିଲ୍ଲାପାଳ ତୁରନ୍ତ ଉପଜିଲ୍ଲାପାଳ ଏବଂ ଡିଇଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *