ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ନୀୟୁ କଲୋନୀ ଠାରେ ନିକଟସ୍ଥ ଜଗଳଂ ରୁ ଏକ ବିରାଟକାୟ ଦନ୍ତାହାତୀ ପଶି ଆସିବାରୁ କଲୋନୀ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ ଦନ୍ତା ହାତୀ କଲୋନୀ ମୁଖ୍ୟ ରାସ୍ତା ଦେଇ ବିଜୁ ରାଜ୍ୟ ରାଜପଥ ଠାରେ ପ୍ରବେଶ ସମୟରେ ସ୍ଥାନୀୟ ଜନସାଧାରଣ ହାତୀ ର ପିଛା କରି ହୋହାଲ୍ଲା କରି ହାତୀ ପଛେ ପଛେ ଗୋଡ଼ାଇ ଥିଲେ ସୁଚନା ପାଇ ରାଜଗାଙ୍ଗପୁର ବନବିଭାଗ ପହଂଚି ହାତୀଟିକୁ ରାଣିବନ୍ଦ ଗରଭନା ଗ୍ରାମ ରାସ୍ତା ହୋଇ ଖଟାଗଂ ଲାଞିବାର୍ଣା ଦେଇ ବଡ଼ଗାଁ ବନାଞ୍ଚଳ ରେ ପ୍ରବେଶ କରାଇ ସୁରକ୍ଷିତ ସ୍ଥାନକୁ ପଠାଇ ବାରେ ସଫଳ ହୋଇଥିଲେ। ଉକ୍ତ ରାତିରେ ରାଜଗାଙ୍ଗପୁର ସହର ରେ ଆତଙ୍କର ବାତାବରଣ ଖେଳିଯାଇଥିଲା ଦନ୍ତା ହାତୀ କାହାରି କୈାଣସି କ୍ଷୟକ୍ଷତି କରିନଥିଲା।