ଉଦଘାଟିତ ହେଲା ଡିଏମ୍ ପବ୍ଲିକ ସ୍କୁଲର ତିନିଦିନିଆ ବାର୍ଷିକ କ୍ରୀଡ଼ା ସମାରୋହ।

କରଞ୍ଜିଆ-୧୧/୧୨:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ଡି ଏମ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତା କରଞ୍ଜିଆ ବ୍ଲକ ରସମତଳା ପଞ୍ଚାୟତ କୁଡୁମା ସ୍ଥିତ ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ଯୋଗଦେଇ ପତାକା ଉତ୍ତୋଳନ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପତାକା ପ୍ରଦର୍ଶନ କରି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ।ଉକ୍ତ ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ସୁଭଦ୍ରା ମହାନ୍ତ ଓ ସାମ୍ବାଦିକ ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଳୟର ଅଧକ୍ଷ ଅରୁଣ କୁମାର ମହାନ୍ତ ଙ୍କ ନେତୃତ୍ୱରେ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ପ୍ରତିଯୋଗୀ ମାନେ ଅତିଥି ମାନଙ୍କୁ ପ୍ୟାରେଡ୍ ଅଭିବାଦନ ପ୍ରଦାନ କରିଥିଲେ। ଅତିଥି ମାନେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ ଉଭୟ ପାଇଁ କ୍ରୀଡ଼ାର ଆବଶ୍ୟକତା ରହିଛି ଓ ଆଜି କ୍ରୀଡ଼ାରେ ଋଚି ରଖିଥିବା ଖେଳାଳି ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରଣୟନ ହୋଇଛି ଯାହାର ସଦୁପଯୋଗ କରି ଛାତ୍ର ଛାତ୍ରୀ ମାନେ କ୍ରୀଡ଼ାକୁ ପାଥେୟ କରି ଭବିଷ୍ୟତ ନିର୍ମାଣ କରିପାରିବେ ବୋଲି ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ।

ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅରୁଣ କୁମାର ମହାନ୍ତ ଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିବାବେଳେ ଅଧ୍ୟକ୍ଷା ମାଳତୀ ମହାନ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ପ୍ରତିଯୋଗିତା ତିନି ଦିନ ହେବାକୁ ଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି। ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *