ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର ପ୍ରତିଷ୍ଠାତା ସ୍ୱର୍ଗୀୟ ଶ୍ରୀ ଶ୍ରୀ ଜୟ ଦୟାଲ ଜୀ ଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀ ର ପ୍ରାସାସନିକ କାର୍ଯ୍ୟଳୟ ସହ ସର୍ବଭାରତୀୟ ସ୍ତରରେ ସମସ୍ତ କାରଖାନା ରେ ପାଳନ କରା ଯାଇଛି । ତାଙ୍କର ମୁଖ୍ୟ ବାଣୀ ଥିଲା ଶ୍ରମ ଦ୍ଵାରା କର ବା ଅର୍ଥ ରେ କର ସେବା କାର୍ଯ ନିଃସ୍ଵାର୍ଥପର ଭାବେ କର ଉକ୍ତ ଉକ୍ତି ଟି ଆଜି ପଯ୍ୟନ୍ତ ଡାଲମିଆ ଗ୍ରୃପ ମନେ ରଖିଛନ୍ତି।୧୯୫୦ ମସିହାରେ ସ୍ୱର୍ଗୀୟ ଶ୍ରୀ ଶ୍ରୀ ଜୟଦୟାଲ ଡାଲମିଆ ଡାଲମିଆ ଜୀ ଙ୍କ ପ୍ରଚେଷ୍ଟା ରେ ରାଜଗାଙ୍ଗପୁର ସହର ନିକଟରେ ଓଡ଼ିଶା ସିମେଣ୍ଟ ଲିମିଟେଡ଼ ନାମରେ ପରିଚିତ କାରଖାନା ହୀରାକୁଦ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ପାଇଁ ସ୍ଵାଧୀନ ଭାରତ ର ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟ ଜବାହରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ନିର୍ମାଣ କରି ଆଜି ସମଗ୍ର ଭାରତବର୍ଷରେ ଏକାଧିକ ସିମେଣ୍ଟ କାରଖାନା ଡାଲମିଆ ସିମେଣ୍ଟ ନାମେ ହଜାର ହଜାର ଲୋକଙ୍କୁ ଚାକିରୀ ସହ ବିଭିନ୍ନ ଛୋଟ ବଡ଼ କଳକାରଖାନା, ବ୍ୟାବସାୟ, ଦୋକାନ, ବଜାର ଡାଲମିଆ ସିମେଣ୍ଟ ଯୋଗୁ ଅର୍ଥ ନୈତିକ ବିସ୍ତାର ସମ୍ଭବ ହୋଇପାରିଛି ବୋଲି ବିଶେଷଜ୍ଞ ମାନେ ମତପ୍ରକାଶ କରିଛନ୍ତି।