ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡ ର ଜଙ୍ଗଲ ମଧ୍ୟରେ ବର୍ତ୍ତମାନ ବାଘୁଣୀ ଜୀନତ।

କରଞ୍ଜିଆ-୧୦/୧୨ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ରେ ମହାବଳ ବାଘବଂଶ ବୃଦ୍ଧି ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା ମହାବଳ ବାଘୁଣୀ ଜୀନତ।ବାଘୁଣୀ କୁ ଛଡାଯିବା ପରେ କିଛି ଦିନ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରିବା ପରେ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।ତେବେ ସୂଚନା ଅନୁଯାୟୀ, ରବିବାର ରାତିରେ ଜୀନତ ବାଙ୍ଗିରିପୋଷି, ବିଶୋଇ ଏବଂ ରାଇରଙ୍ଗପୁର ରେଞ୍ଜ ଦେଇ ଓଡିଶା ସୀମା ଅତକ୍ରମ କରି ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛି ।

ବାଘୁଣୀ ଜୀନତକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଫେରାଇ ଆଣିବାର ସେମିତି କିଛି ପ୍ରକ୍ରିୟା ନାହିଁ ।” ବନବିଭାଗର ଅନୁଧ୍ୟାନକାରୀ ଟିମ ଝାଡ଼ଖଣ୍ଡ ବନବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି।ଉକ୍ତ ୩ବର୍ଷୀୟ ବାଘୁଣୀ ଜୀନ୍ନତ କୁ ମହାରାଷ୍ଟ୍ରର ତଡବା ସ୍ଥିତ ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ୧୫ ନଭେମ୍ବର ସକାଳ ସମୟରେ ଶିମିଳିପାଳର ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଛଡାଯାଇଥିଲା । ସେହି ଏନକ୍ଲୋଜର ମଧ୍ୟରେ ବାଘୁଣୀ ଜୀନତ ୩ଟି ବାରହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡାଯାଇଥିଲା ।

ଶିମିଳିପାଳରେ ବିଚରଣ କରୁଥିବାବେଳେ ବାଘୁଣୀର ସ୍ବାସ୍ଥ୍ୟବସ୍ଥା ଓ ଗତିବିଧି ଉପରେ ନଜର ରଖିଥିଲା ବନବିଭାଗ । ତେବେ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ବିଚରଣ କରିବା ପରେ ଗତକାଲି ଝାଡ଼ଖଣ୍ଡ ରାଜ୍ୟକୁ ମହାବଳ ବାଘୁଣୀ ଜୀନ୍ନତ ପହଞ୍ଚିଥିବା ବେଳେ ବନ ବିଭାଗର ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ ରକ୍ଷକ ଗାଡି ସହ ଝାଡ଼ଖଣ୍ଡ ଅଭିମୁଖେ ଯାଇଛନ୍ତି। ଆବଶ୍ୟକ ସ୍ଥଳେ ‘ଜିନ୍ନତ୍’ ବାଘୁଣୀକୁ ନିଶ୍ଚେତକ ପ୍ରୟୋଗ କରାଯାଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇପାରେ ବୋଲି ସୂଚନା ମିଳିଛି।

ମୟୂରଭଞ୍ଜ,କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *