ମୟୂରଭଞ୍ଜ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ କରଞ୍ଜିଆ ର କରାଟେ ପ୍ରଶିକ୍ଷକ ଆଶିଷ ମହାନ୍ତ।

କରଞ୍ଜିଆ-୧୦/୧୨ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଠାରେ ଦଶଦିନ ବ୍ୟପି ମୟୂରଭଞ୍ଜ ମହୋଦୟ ପାଳନ କରାଯାଉଥିବା ବେଳେ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତି ହାସଲ ତଥା ଉଲ୍ଲେଖନୀୟ ଅବଦାନ ରହିଥିବା ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ତେବେ ଏ କ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଖ୍ରୀଷ୍ଟ କଲେଜ କଟକ ଠାରୁ ଇତିହାସ ସମ୍ମାନ ରେ ସ୍ନାତକୋତ୍ତର କରି କରାଟେ ପ୍ରଶିକ୍ଷଣ ନେଇ ତୃତୀୟ ଡାନ୍ ବ୍ଲାକ ବେଲ୍ଟ ହାସଲକରି ବର୍ତ୍ତମାନ WTSKF (Karate) & Pencak Silat ମୟୂରଭଞ୍ଜ ଜିଲ୍ଲାର ସମ୍ପାଦକ ତଥା ମାର୍ଶାଲ ଆର୍ଟ ପ୍ରଶିକ୍ଷକ ରୂପେ କାର୍ଯ୍ୟରତ କରଞ୍ଜିଆ ବ୍ଲକ ରଶମତଳା ନିବାସୀ ଶ୍ରୀ ଆଶିଷ କୁମାର ମହାନ୍ତ ଙ୍କୁ ଜାତୀୟ ସ୍ତରରେ ବ୍ରୋଞ୍ଜ ଏବଂ ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା କୁ ଗୌରବାନ୍ନିତ କରିବା ସହ ତାଙ୍କ ପ୍ରଶିକ୍ଷଣ ରେ ଶିକ୍ଷାର୍ଥୀ ମାନେ ମୟୁରଭଞ୍ଜ ଜିଲ୍ଲା କୁ ପ୍ରତିନିଧିତ୍ବ କରି ବିଭିନ୍ନ ସ୍ଥାନରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପଦକ ହାସଲ ସହ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।

ଏବଂ ଜିଲ୍ଲା ,ରାଜ୍ୟ ତଥା ଜାତୀୟ ସ୍ତରରେ ମୟୂରଭଞ୍ଜ ଜିଲ୍ଲା ର ଗୈରବ କୁ କରାଟେ ଜଗତରେ ସୁଦୃଢ କରିବା ର ପ୍ରୟାସ କରୁଥିବା ନେଇ ତାଙ୍କୁ ଉକ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ର,ସରୋଜିନୀ ହେମ୍ବ୍ରମ, ବିଶିଷ୍ଟ ରାଜନୈତିଜ୍ଞ ଶ୍ରୀ ପ୍ରଣବପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ରାଜକିଶୋର ଦାସ, ବର୍ଷିଆନ ସିନେ ତାରକା ଅଶିତ ପତି ,କରଞ୍ଜିଆ ଉପନଗରପାଳ ଶ୍ରୀ ସ୍ୱରୂପ ପରିଜା,ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ ଦାସ ପ୍ରମୁଖ ଙ୍କ ସହ ଅନ୍ୟ ବରେଣ୍ୟ ଅତିଥି ଏବଂ ମହୋତ୍ସବ କମିଟି ର କାର୍ଯ୍ୟକର୍ତ୍ତା ଏବଂ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ଆଶିଷ ଙ୍କୁ ମାନପତ୍,ଉପଢୌକନ ଏବଂ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଉଚ୍ଚ ପ୍ରଶଂସା କରି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ଉକ୍ତ ସମ୍ମାନ ରେ ସମ୍ମାନିତ ହେବା ନେଇ ମହୋଦୟ କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ ଏବଂ ଉପସ୍ଥିତ ଜନସାଧାରଣ ଙ୍କୁ ଆଶିଷ ମହାନ୍ତ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମୟୂରଭଞ୍ଜ, କରଞ୍ଜିଆ ରୂ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *