ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ଟ୍ରାଇବଳ ହୋଷ୍ଟେଲ ଠାରେ ସମଗ୍ର ବିକାଶ ନିର୍ଦ୍ଦେଶିକା ସିଷ୍ଟର ମଞ୍ଜୁଲା ବାଡା ଙ୍କ ତତ୍ବାବଧାନରେ ସୁନ୍ଦରଗଡ଼ ଜିଲ୍ଲା ଏସପି ଙ୍କ ସହଧର୍ମିଣୀ ତଥା ଜାତୀୟ ଅନ୍ତର୍ଜାତୀୟ ସ୍ତରର ମହିଳା ଶିଶୁ ବିକାଶ ବିଭନ୍ନ ସଂଘଟଣ ପାଇଁ କାର୍ଯ୍ୟ କରିଆସୁଥିବା ଡଃ ନେହା ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜଗାଙ୍ଗପୁର ଅଞ୍ଚଳ ର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଶିଶୁ ଯୁବତୀ ମାନଙ୍କୁ ସୋମାନଙ୍କର ଅଧିକାର, ସମାନତା, ଆଚରଣ, ଗୃହ ପରିବାର ମଧ୍ୟରେ କଳହ, ସାମ୍ବିଧାନିକ ଅଧିକାର, ସାମାଜିକ ଅତ୍ୟାଚାର ଓ ମାନବ ଅଧିକାର ସମ୍ବନ୍ଧ ରେ ବିସ୍ତୃତ ଭାବରେ ଆଲୋଚନା ଓ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଲୋକପାତ କରାଇଥିଲେ। ସାଧାରଣ ଜନତା ପୋଲିସ ପ୍ରଶାସନ ର କିପରି ସହାୟକ ପାଇପାରିବେ ସେ ସମନ୍ଧରେ ସମସ୍ତ ଙ୍କୁ ଅବଗତ କରାଇ ବିଭିନ୍ନ ଟେଲିଫୋନ ନମ୍ବର ସୁଚନା ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ମଞୁଲିନା ଜୋଜୋଆର, ଆଇନଜୀବୀ ଆଲବର୍ଟ କିଣ୍ଡୋ ସମଗ୍ର ବିକାଶ ର ବହୁ ସଦସ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମ ବାସିନ୍ଦାଙ୍କ ଉପସ୍ଥିତି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୋଷରେ ମଞୁଲା ବାଡ଼ା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।