ରାଜଗାଙ୍ଗପୁର ଅଞ୍ଚଳ ର ସମାଜସେବୀ ତଥା ପୁର୍ବତନ କାଉନସିଲର ରମେଶ ସୋନି ଙ୍କ ନେତୃତ୍ବରେ ସ୍ଥାନୀୟ ଜନସାଧାରଣ କିଛି ସାମାଜିକ ସଂଗଠନ ପକ୍ଷରୁ ଡାଲମିଆ ସିମେଣ୍ଟ କାରଖାନାର କନଭେଆର ବେଳ୍ଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ପୈରପାଳିକା ପକ୍ଷରୁ ଚୁକ୍ତିପତ୍ର ବାତିଲ ସପକ୍ଷରେ ଏବଂ ପୁନର୍ବାର ମରାମତି ଅନୁମତି ନ ଦେବା ନିମନ୍ତେ ରାଜଗାଙ୍ଗପୁର ପୈରପାଳିକା କାର୍ଯ୍ୟଳୟ ଘେରାଉ କରି ପ୍ରତିବାଦ ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଙ୍କୁ ସାକ୍ଷାତ କରି ଦାବିପତ୍ର ସମନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ। ଡାଲମିଆ ସିମେଣ୍ଟ କାରଖାନା ଜନସାଧାରଣ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର ପାଳନ ସହ ଜନସାଧାରଣଙ୍କ ସୁରକ୍ଷା, ରେଳ ଫାଟକ ଓଭର ବ୍ରିଜ ନିର୍ମାଣ, ବେକାରୀ ଯୁବକ ଯୁବତୀ ମାନଙ୍କୁ ଚାକିରି, ପ୍ରଦ୍ୟୁଷଣ ମୁକ୍ତ ଜଳ ବାୟୁମଣ୍ଡଳ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକୁ ଅନୁଦାନ ସହ ପାରିପାର୍ଶ୍ୱିକ ବିକାଶ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଥିଲା। ଉକ୍ତ ଦାବିପତ୍ର ଜିଲ୍ଲାପାଳ, ତହସିଲଦାର,ଆରଡିସି, ସାଂସଦ, ବିଧାୟକ, ପୈରପାଳିକା ପ୍ରାସାଶନକୁ ପ୍ରଦାନ କରାଯିବ ବୋଲିି ସୁଚନା ଦେଇଥିଲେ।