କରଞ୍ଜିଆ -୮/୧୨-ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ସ୍ପୋର୍ଟସ କରାଟେ ଏକାଡେମୀ ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲକରି ଯାତୀୟସ୍ତର କୁ ମନୋନୀତ ହୋଇଥିବା ତିନି ଶିକ୍ଷାର୍ଥୀ ଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏକାଡେମୀ ପ୍ରତିଷ୍ଠାତା ତଥା ଜିଲ୍ଲା କୋଚ ଶ୍ରୀ ଆଶିଷ ରଞ୍ଜନ ମହାନ୍ତ ଙ୍କ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ମଞ୍ଚାସୀନ ଅତିଥିଭାବେ ଏକାଡେମୀ ର ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ ଗିରିଧାରୀ ପୃଷ୍ଟି,ପୂର୍ବତନ ନଗର ପାଳ ଶ୍ରୀଯୁକ୍ତ ଭୁବନ ବିହାରୀ ସାହୁ, ଓକିଲ ସଂଘ ସଂପାଦକ ଶ୍ରୀ ଦିବ୍ୟ ପ୍ରସାଦ ସାହୁ, ପ୍ରେସ କ୍ଲବ ସଂପାଦକ ଶ୍ରୀଯୁକ୍ତ କର୍ଣାର୍ଜୁନ ସାହା, ବରିଷ୍ଠ କ୍ରୀଡାବିତ ଶ୍ରୀ ଗୌରୀ ଶଙ୍କର ସିନା, ମାରୱାଡି ଯୁବା ମଞ୍ଚ ର ପୂର୍ବତନ ସଭାପତି ଶ୍ରୀ ସୁଧୀର ଭାରୁକା,ବିଶିଷ୍ଟ ବ୍ୟବସାୟୀ ପ୍ରଦୀପ କୁମାର ବର୍ମା ଓ ଅଭିଷେକ ଅଗ୍ରୱାଲ୍ ପ୍ରମୁଖ ଯୋଗ ଦେଇ ଏକାଡେମୀ ର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ପିଲାମାନଙ୍କ ପ୍ରତିଭାକୁ ଲକ୍ଷରଖି ତାଙ୍କୁ ପ୍ରତ୍ସାହିତ କରିବା ପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହାସହ ପଦକ ବିଜେତା ଏବଂ ଓଡ଼ିଶା ରୁ ଜାତୀୟ ସ୍ତର କରାଟେ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଥିବା କରଞ୍ଜିଆ ର ଅନୁଷ୍କା ନାଏକ, ନୀତିକ୍ କୁମାର ମହାନ୍ତ ଓ ସମୀକ୍ଷା ପ୍ରିୟଦର୍ଶିନୀ ମହାନ୍ତ ଙ୍କୁ ଅଭିନନ୍ଦନ ଜଣାଇବା ସହ ପୁଷ୍ପଗୁଛ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ତେବେ କରଞ୍ଜିଆ ସ୍ପୋର୍ଟସ କରାଟେ ଏକାଡେମୀ ର ପ୍ରତିଯୋଗୀ ମାନେ ଜିଲ୍ଲା ତଥା ରଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଉଚକୋଟିର ପ୍ରଦର୍ଶନ ସହ ପଦକ ହାସଲ କରିଥିବା ବେଳେ ଆଗାମୀ ଦିନରେ ଅଧିକ ରୁ ଅଧିକ ସଂଖ୍ୟକ ପଦକ ହାସଲ କରିବା ପିଲାଙ୍କ ପ୍ରୟାସ ଜାରି ରହିଥିବା କୋଚ ଶ୍ରୀ ଆଶୀଷ ରଞ୍ଜନ ମହାନ୍ତ ପ୍ରକାଶ କରିଛନ୍ତି।ଏହାସହ ସମସ୍ତ ଅଭିଭାବକ ଏବଂ ଏକାଡେମୀ କୁ ସହଯୋଗ କରୁଥିବା ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି।କାର୍ଯ୍ୟକ୍ରମ କୁ ଶ୍ରୀ ଗୌର ମହାନ୍ତ, ଲୋକନାଥ ମହାନ୍ତ, ଅକ୍ଷୟ କୁମାର ମହାନ୍ତ ଆୟୋଜନ ରେ ସହଯୋଗ କରିଥିଲେ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।