ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ନିକଟସ୍ଥ ବିଜୁ ରାଜ୍ୟ ରାଜପଥ ଠାରେ ଗତକାଲି ରାତି ପ୍ରାୟ ୮ ଘଟିକା ସମୟରେ ରାଜଗାଙ୍ଗପୁର ପଟୁ ଖେଜୁରଡିହି ଲାଇ଼ଗଂ ଅଞ୍ଚଳର ବିଶ୍ରାମ ତିର୍କି କୈାଣସି କାମରେ ଆସି ନିଜର ଗ୍ରାମ ଫେରୁଥିବା ସମୟରେ ଡିଆଇଏସ ଆର ନିକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ନଂ BR21G C1376 ଗାଡ଼ି କୁ ପଛପଟୁ ଜୋରଦାର ଧକ୍କା ଦେବା ଫଳରେ ବାଇକ ସହ ରାସ୍ତାରେ ଛିଟିକି ପଡ଼ି ଘଟଣା ସ୍ଥଳରେ ମୃତୁ୍ୟବରଣ କରିଥିବା ସ୍ଥାନୀୟ ଲୋକେ ପୋଲିସ କୁ ସୁଚନା ଦେଇଥିଲେ।
ଘଟଣା ସ୍ଥଳରେ ରାଜଗାଙ୍ଗପୁର ପୋଲିସ ପହଞ୍ଚି ମୃତ ବିଶ୍ରାମ ତିର୍କି କୁ ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପଠାଇଥିଲେ ଡାକ୍ତରି ଯାଞ୍ଚ ପରେ ରାତିରେ ଶବ ବ୍ୟବଚ୍ଛେଦ ଗୃହ ଠାରେ ରଖାଯାଇ ଆଜି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲିି ବିଶେଷ ସୁତ୍ରରୁ ଜଣାପଡିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକ ଦୁଃଖ ପ୍ରକାଶ କରିଛନ୍ତି।