ରାଜଗାଙ୍ଗପୁର ସହର ଜିଲ୍ଲା ତଥା ରାଜ୍ୟର ଓ ବିଶ୍ବ ବିଖ୍ୟାତ ବାଲୁକା ଶିଳ୍ପୀ ରାଜୁ ସାହୁ ଚଳିତ ମାସ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ କୋଣାର୍କ ଚନ୍ଦ୍ର ଭାଗା ଠାରେ ଓଡ଼ିଶା ପର୍ଯ୍ୟଟନ ଅନୁକୂଳ ରେ ଅନୁଷ୍ଠିତ ବିଶ୍ଵ ବାଲୁକା ଶିଳ୍ପୀ ପ୍ରଦର୍ଶନୀ ଉତ୍ସବ ୨୦୨୪ ନିମନ୍ତେ ଓଡ଼ିଶା ରୁ ଭାଗ ନେଇ ଜନସାଧାରଣଙ୍କ ମତାମତ କୁ ଭିତ୍ତିକରି ଶ୍ରେଷ୍ଠ କଳାକୃତି ମାନପତ୍ର ପାଇବାରେ ସୁନାମ ଅର୍ଜନ କରିଥିଲେ ଏଥିରେ ଶ୍ରୀଲଙ୍କା, ଜର୍ମାନ, ମେକ୍ସିକୋ, ପର୍ତ୍ତୁଗାଲ, ୟୁନାଇଟେଡ଼ କିଙ୍ଗଡମ ,ରୁଷିଆ, ଜାପାନ ସହ ବହୁ ଦେଶର ବାଲୁକା ଶିଳ୍ପୀ ଭାଗନେଇ ନିଜର ନିଜର ଦେଶ ର କଳାକୃତି ସାଂସ୍କୃତିକ, କଳା ପରମ୍ପରା ବାଲୁକା ଦ୍ଵାରା ନିର୍ମାଣ କାର୍ଯ୍ୟ କରି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପାଡି ପୁରି ବିଧାୟକ ଜିଲ୍ଲାପାଳ ଓ ସାଧାରଣ ନାଗରିକ ପରିଦର୍ଶନ କରି ସମସ୍ତ ଙ୍କୁ ପ୍ରଶଂସା କରିଥିଲେ।