ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ସଭାପତି ଜଗନ୍ନାଥ ଯାଦବ ଙ୍କ ନେତୃତ୍ବରେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଙ୍କ ପ୍ରଚେଷ୍ଟା ରେ ଟ୍ରକ ମାଲିକ ସଂଘ ର ବିଭିନ୍ନ ସମସ୍ୟା କୁ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ଙ୍କୁ ଭୁବନେଶ୍ୱର ତାଙ୍କର ବାସଭବନରେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଉକ୍ତ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ମହୋଦୟ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ଙ୍କ ଓ କଳକାରଖାନା ମାରିକଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ପଦକ୍ଷେପ ନେବାକୁ ସମସ୍ତ ଙ୍କୁ ଆଶ୍ଵସନା ପ୍ରଦାନ କରିଥିଲେ ଏହି ଅବସରରେ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ବହୁ ସଦସ୍ୟ ଉପସ୍ଥିତ ଥିଲେ।