ରାଜଗାଙ୍ଗପୁର/ଗାଂଗପୁର ଶ୍ରମିକ ସଂଘ ପକ୍ଷରୁ ପୈରପାଳିକା ଘେରାଉ।

ଡାଲମିଆ ସିମେଣ୍ଟ କାରଖାନାର କନଭେଆର ବେଳ୍ଟ ଓଭର ବ୍ରିଜ ଅନୁମତି ବାତିଲ ବିରୁଦ୍ଧରେ ଗାଂଗପୁର ଶ୍ରମିକ ସଂଘ ର ଶହଶହ ଶ୍ରମିକ ରାଜଗାଙ୍ଗପୁର ଓସିଏଲ ମାର୍କେଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପୈରପାଳିକା କାର୍ଯ୍ୟଳୟ ସମ୍ମୁଖରେ ଧାରଣା, ପ୍ରତିବାଦ କରି ଓଭର ବ୍ରିଜ ଅନୁମତି ବାତିଲ ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ ଉକ୍ତ ବ୍ରିଜ ନିର୍ମାଣ ବାତିଲ ହେଲେ ଶହଶହ ଶ୍ରମିକ କାମହରା ସହ ଦୋକାନ ବଜାର ଉପରେ ଏହାର କୁ ପ୍ରଭାବ ପଡିବ ବୋଲି ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ବିମଳ କୁମାର ବେହେରା ସୁଚନା ଦେଇଥିଲେ ପରେ ଏକ ପ୍ରତନିଧି ମଣ୍ଡଳ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଏବଂ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କୁ ସାକ୍ଷାତ କରି ଜିଲ୍ଲାପାଳ , ତହସିଲଦାର,ଏଡିପିଓ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *