ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଷ୍ଟେସନ ପଡ଼ା, ବଗିଚା ପଡା, ବ୍ଳକ କଲୋନୀ, ଗୋଶାଳା ପଡା, କୁଣ୍ଡୁ ପଡା, ଯାତ୍ରା ଟୋଲି,ରାମବଗାନ ଅଞ୍ଚଳ ରେ ବିଗତ ପାଞ୍ଚ ଦିନ ହେଲା ରାଜଗାଙ୍ଗପୁର ଜନସ୍ୱାସ୍ଥ୍ୟ ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ ଜଳ ଯୋଗାଣ ବନ୍ଧ ହେବାରୁ ସ୍ଥାନୀୟ ଜନସାଧାରଣ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଥିବା ଅଭିଯୋଗ ହୋଇଛି। ପୁର୍ବତନ କାଉନସିଲର ତଥା ରାଜଗାଙ୍ଗପୁର ଅଞ୍ଚଳର ସମାଜସେବୀ ରମେଶ ସୋନି ଙ୍କ ନେତୃତ୍ବରେ ସ୍ଥାନୀୟ ଜନସାଧାରଣ ରାଣିବନ୍ଧ ଜନସ୍ବାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ମଧ୍ୟ କୋୖଣସି ସୁ ଫଳ ମିଳିନାହିଁ।ନିତ୍ୟ ବ୍ୟବହାର, ରୋଷେଇ ଓ ପିଇବା ପାଣି ବଜାରରୁ କିଣୁ ଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଥିଲେ।
ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ ଓ ହର ଘର ପାଣି କାର୍ଯ୍ୟକ୍ରମ ବିଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଯଥାଶୀଘ୍ର ଜଳଯୋଗାଣ ନିମନ୍ତେ ପଡ଼ା ବାସିନ୍ଦା ବିଭାଗୀୟ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି।