ବିଶ୍ଵ ଏଡସ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଓ ସଚେତନତା ଶିବିର ଅନୁଷ୍ଠିତ

କରଞ୍ଜିଆ- : ମୟୂରଭଞ୍ଜ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଡ ଗ୍ରୀନ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ସହ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ଗୋଲାମୁଣ୍ଡାକଟା ସ୍ଥିତ ଶ୍ରୀକୃଷ୍ଣରାୟ ମହାପ୍ରଭୁ ସରକାରୀ ଉର୍ଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ନିରୋଜ କୁମାର ପୋଥାଳ, ସମ୍ମାନନୀୟ ଅତିଥି ଭାବରେ ଚିତ୍ରସେନ କର ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।

ଉକ୍ତ ଅବସରରେ ରେଡ ଗ୍ରୀନ ଫାଉଣ୍ଡେସନ ର ମୁଖ୍ୟ ଆୟୋଜକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ସ୍ୱାଇଁ, ଅରବିନ୍ଦ ମୁଖୀ, ଅମିତ୍ କୁମାର କର, ସତ୍ୟଜିତ ଗିରି, ରାଜାରାମ ମାର୍ଣ୍ଡି , ଜୟ ପ୍ରକାଶ ମହାନ୍ତ, ମାନସ ରଞ୍ଜନ ସ୍ବାଇଁ, ରୁମା ବାରିକ, ନମିତା ନାଏକ୍ ଶିରିଶ ନାଏକ, ଶକିଲା ବେଗମ୍, ମନୋରଞ୍ଜନ କର, ଦିଲ୍ଲୀପ ତୁଙ୍ଗ, ନମିତା ନାୟକ, କ୍ରିଷ୍ଣା ଚନ୍ଦ୍ର ମୁଖୀ, ଏବଂ ସମସ୍ତ ଗ୍ରାମବାସୀ ଯୋଗଦାନ ଦେଇ ସେଛ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ବାରିପଦା ଜିଲ୍ଲା ଚିକିତ୍ସାଳୟ ରକ୍ତକେନ୍ଦ୍ର ପରିଚାଳକ ଡା: ନିଲେଶ ଦାସ, ପାର୍ଥ ସାରଥୀ ମହାନ୍ତ, ଋଚିକା ଖୁରାନା, ଶକୁନ୍ତଳା ମହାନ୍ତ, କଳ୍ପନା ସିଂ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ କରିଥିବା ବେଳେ ଶିବିର ରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।କ୍ରାନ୍ତି ଓଡିଶା।

Leave a Reply

Your email address will not be published. Required fields are marked *