କରଞ୍ଜିଆ-ତା ୨।୧୨:ସମସ୍ତ କ୍ଷେତ୍ରରେ ସାମ୍ପ୍ରଦାୟିକ ଭାଈଚାରା ର ନିଆରା ଉଦାହରଣ ତଥା ପ୍ରମାଣ ଏବଂ ଜିଲ୍ଲା ସଂସ୍କୃତି ଓ ପରମ୍ପରା ର ବିଶ୍ୱବ୍ୟାପୀ ସମ୍ମାନ କୁ ବଜାୟ ରଖୁଥିବା ଅଗ୍ରଣୀ ଜିଲ୍ଲା ଭାବେ ମୟୂରଭଞ୍ଜ ଜିଲ୍ଲାର ଖ୍ୟାତି ସବୁଠାରୁ ଉଚ୍ଚ ରେ ରହିଥିବାବେଳେ କଳା ସଂସ୍କୃତି,ପରମ୍ପରା ଓ ଭାଈଚାରା କୁ ନେଇ ଅନୁଷ୍ଠିତ ହେଉଥିବା ଜିଲ୍ଲାର ମହୋତ୍ସବ ସପ୍ତମ ମୟୂରଭଞ୍ଜ ମହୋତ୍ସବ ର ଶୁଭାରମ୍ଭ ହୋଇଯାଇଛି।ମହୋତ୍ସବ ପରିବାର ପକ୍ଷରୁ ରବିବାର ଦିନ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଆଜ୍ଞାମାଳ ନେଇ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଛଉ ପଡ଼ିଆ ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା।
ଏହି ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରାକୁ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରାଣ୍ଡି, ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସିନେ ଅଭିନେତା ଶ୍ରୀଯୁକ୍ତ ଅସିତ ପତି, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା,ମହୋତ୍ସବ ଆୟୋଜକ କମିଟିର ସଭାପତି ତଥା ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସ୍ମରଣୀକା ସମ୍ପାଦକ ବିଲୁ ପ୍ରସାଦ ଦାସ,କମିଟିର ବରିଷ୍ଠ କର୍ମକର୍ତ୍ତା ବିପ୍ଳବ ବୁଗୁଡେଇ, ସଂଜୀବ ଦିଦି, ତାପସ କୁମାର ପାଢ଼ୀ, ରାକେଶ ବେହେରା,କରଞ୍ଜିଆ ଉପଖଣ୍ଡ କମିଟିର ସମ୍ପାଦକ ଶ୍ରୀ ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ ଦାସ ଙ୍କ ସହ ସମସ୍ତ ଉପଖଣ୍ଡ ର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ। ଏହି ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ମୟୂରଭଞ୍ଜର ବିଶ୍ଵ ପ୍ରସିଦ୍ଧ ଛଉନୃତ୍ୟ,ଆଦିବାସୀ ନୃତ୍ୟ, କଳସି ନାଚ, ଦାଣ୍ଟା ନାଚ, ଦାସାଏଁ ନୃତ୍ୟ, ମୁଣ୍ଡାରୀ ନୃତ୍ୟ,କରମା ନୃତ୍ୟ, ଝୁମର ନୃତ୍ୟ ଆଦି ବିଭିନ୍ନ କଳାର କଳାକାର ମାନେ ଯୋଗଦେଇ ନିଜନିଜର କଳା ପ୍ରଦର୍ଶନ କରିଥିବା ବେଳେ, ବହୁ ଆକର୍ଷଣୀୟ ଅଘୋରୀ ନୃତ୍ୟକଳା ମଧ୍ୟ ଦେଖିବାକୁ ମିଳିଥିଲା।ଉକ୍ତ ସାଂସ୍କୃତିକ ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ସମସ୍ତେ ସମ୍ପ୍ରଦାୟ, ସମସ୍ତ ବର୍ଗର ଜନସାଧାରଣ ଆନନ୍ଦରେ ଆସି ଶାମିଲ ହୋଇଥିବା ପରିଲକ୍ଷିତ ହୋଇଛି ।
ଡିସେମ୍ବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାଏହି ମହୋତ୍ସବରେ ପ୍ରତିସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ବଲିଉଡ ଏବଂ ଓଲିଉଡ଼ କଳାଳାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଗୌରବମୟ ଭଞ୍ଜ ବଂଶର ଦାୟାଦ ମାନ୍ୟବର ମହାରାଜା ଶ୍ରୀଯୁକ୍ତ ପ୍ରବୀଣ କୁମାର ଭଞ୍ଜଦେଓ ମହୋତ୍ସବ ର ଶୁଭ ଉଦଘାଟନକରିଛନ୍ତି।ଜିଲ୍ଲା ର ପ୍ରସିଦ୍ଧ ଖାଦ୍ୟ ଓ ପାରମ୍ପରିକ ଦ୍ରବ୍ୟ ସହ ୨୦୦ରୁ ଉର୍ଷ ଷ୍ଟଲ ଖୋଲାଯାଇଥିବା ବେଳେ ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ।ସମସ୍ତ ଉପଖଣ୍ଡ କୁ ଶାମିଲ କରି ଏଭଳି ଏକ ବୃହତ୍ତ ମହୋତ୍ସବ ଯାହା ସର୍ବଦା ସଂସ୍କୃତି ପରମ୍ପରା ଓ ଭାଈଚାରା ର ବାର୍ତ୍ତା ପ୍ରଦାନ କରିବା ରେ ରାଜ୍ୟରେ ଅନ୍ୟତମ ଜିଲ୍ଲା ହୋଇଥିବା ବେଳେ ଅଞ୍ଚଳର କଳା କଳାକାର ତଥା ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନ ପ୍ରଦାନ କରିବା ସହ ପ୍ରଦର୍ଶନ ର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ। କ୍ରାନ୍ତିଓଡିଶା।