ରାଜଗାଙ୍ଗପୁର ଲିପଲୋଇ ସ୍ଥିତ ପ୍ରସିଦ୍ଧ ଶିରିଡ଼ି ସାଇବାବା ମନ୍ଦିର ର ତୃତୀୟ ବାର୍ଷିକ ତିନି ଦିନିଆ ପ୍ରତିଷ୍ଠା ଉତ୍ସବ ଶ୍ରୀ ଶ୍ରୀ ସାଇବାବା ଚାରିଟିବେଳ ଟ୍ରଷ୍ଟ ଅନୂକୁଲ୍ୟରେ ଆନନ୍ଦ ଉଲ୍ଲାସରେ ରେ ପାଳନ ହୋଇଥିଲା ଏହି ଅବସରରେ ଐତିହାସିକ ବାବାତଲାବ ପୋଖରୀ ରୁ ମହିଳା ମାନଙ୍କ ଦ୍ଵାରା ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇ ବିଧିବଦ୍ଧ ଭାବରେ ଶ୍ରୀ ଶ୍ରୀ ସାଇବାବା ଙ୍କ ପୂଜା ଅର୍ଚ୍ଚନା,ହୋମ, ଆରତୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।