ରାଉରକେଲା ଓ ରାଜଗାଙ୍ଗପୁର କୁ ସଂଯୋଗ କରୁଥିବା ଆଇଟି କଲୋନୀ ମୁଖ୍ୟ ରାସ୍ତା ଠାରେ ଡାଲମିଆ ସିମେଣ୍ଟ କାରଖାନାର କଞ୍ଚାମାଲ ପରିବହନ ଲୁହା ଓଭର ବ୍ରିଜ ତୃଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ହଠାତ୍ ଭାଂଗି ପଡ଼ିବା କାରଣରୁ ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଥିଲା ସୈାଭାଗ୍ୟ ବସତ ଉକ୍ତ ଦୁର୍ଘଟଣା ସମୟରେ ବ୍ରିଜ ତଲେ କେହି ନ ଥିବାରୁ ଧନଜୀବନ ହାନି ସହ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଥିଲେ ଘଟଣା ପରେ ସ୍ଥାନୀୟ ଜନସାଧାରଣ ଏହାର କଡ଼ା ବିରୋଧ କରି ପାଟିତୁଣ୍ଡ କରି ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲେ ରାଣିବନ୍ଦ ଠାରେ ଟ୍ରକ ଓ ରେଳପଥ ଅଟକାଇ ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ ସୁଚନା ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ ଡାଲମିଆ ସିମେଣ୍ଟ କାରଖାନାର ମାନବସମ୍ବଳ ବିଭାଗ ଓ ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସୁବ୍ରତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣ ଙ୍କୁ ବୁଝାସୁଝା କରାଇ ରାସ୍ତା ଅବରୋଧ ହଟାଇ ଥିଲେ।
କଂପାନୀ ର ଶ୍ରମିକ, ଯନ୍ତ୍ରୀ ବିଭାଗୀୟ ଅଧିକାରୀ ସୁରକ୍ଷା ଅଧିକାରୀ କର୍ମଚାରୀ ନିରନ୍ତର ଦିନରାତି କାମକରି ଭଂଗ ବ୍ରିଜ ରାସ୍ତା ରୁ ସଫା କରିବାରେ ସଫଳ ହେବାପରେ ସର୍ବସାଧାରଣ ଙ୍କ ନିମନ୍ତେ ରାସ୍ତା ବ୍ୟବହାର ପାଇଁ ଖୋଲାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଡାଲମିଆ ସିମେଣ୍ଟ କାରଖାନାର କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବ ଜୀ, ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ବରିଷ୍ଠ ଅଧିକାରୀ ଡ଼ଃ ନିଳାଦ୍ରୀ ପାଡ଼ି,ପି ଆର ବିଭାଗ ଓ ମୁଖ୍ୟ ସୁରକ୍ଷା ଅଧିକାରୀ ସୁବ୍ରତ ପଟ୍ଟନାୟକ ବିବେକ ଗୁପ୍ତା, ଅମରେଶ ପଣ୍ଡା, ସୁସ୍ମିତା ଟିଡୁ,ପୁର୍ନଚନ୍ଦ୍ର ରାଉତ ଶସି ଚୈରୋସିଆ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟରତ ଶ୍ରମିକ ସାଧାରଣ ନାଗରିକ ଉପସ୍ଥିତ ଥିଲେ।