ସୁନ୍ଦରଗଡ଼ ଜିଲ୍ଲା ସାଂସଦ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଚଳିତ ନିର୍ବାଚନରେ ଜନସାଧାରଣ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ରାଜଗାଙ୍ଗପୁର ଜନସାଧାରଣଙ୍କ ବହୁ ଦିନର ଆଶା ଆଜି ପୁରଣ କରିପାରିଛନ୍ତି। ରାଜଗାଙ୍ଗପୁର ରେଳଷ୍ଟେସନରେ ଦୃତଗାମୀ ଟ୍ରନ ରହଣୀ କୁ ନେଇ ବହୁ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳର ନେତାକର୍ମି ମାନ୍ୟଗଣ୍ୟ ବ୍ୟକ୍ତି ସାମାଜିକ ସଂଗଠନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଧାରଣା ପ୍ରତିବାଦ କରି ସାଂସଦଙ୍କୁ ଅବଗତ କରାଇଥିଲେ। ଶ୍ରୀ ଜୁଏଲ ଓରାମ ପ୍ରତ୍ର ମାଧ୍ୟମରେ ପୁନେ ହାଓଡ଼ା ଆଜାଦ ହୀନ୍ଦ,ହାଟିଆ ଏସ ଏମ ଭି ବି, ଗୋରଖପୁର ମୋରିଆ ଦୃତଗାମୀ ଟ୍ରନ ରାଜଗାଙ୍ଗପୁର ରେଳଷ୍ଟେସନରେ ରହିବ ବୋଲି ଚିଠି ସଂଖ୍ୟା ନଂ ୧୩/ଏସ ଇ ଆର/୧୦୨/୨୦୨୪ ମାଧ୍ୟମ ରେ ସୁଚନା ଦେଇ ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଇସ୍ନବ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ ଅଭିନନ୍ଦନ ପ୍ରଦାନ କରିଥିଲେ। ଉକ୍ତ ଖବର ରାଜଗାଙ୍ଗପୁର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।