ରାଜଗାଙ୍ଗପୁର ୭୬ ତମ ଏନସିସି ଦିବସ ପାଳିତ।

ଏନସିସି ଦିବସ ଉପଲକ୍ଷେ ରାଜଗାଙ୍ଗପୁର ସହର ର ରାଷ୍ଟ୍ରୀୟ ବିଦ୍ୟାଳୟ,ସରବତୀ ଦେବି ମହିଲା ମହାବିଦ୍ୟାଳୟ ଡାଲମିଆ ସ୍କୁଲ, ନିର୍ମଳା ଇଂରାଜୀ ସ୍କୁଲ, ଅରବିନ୍ଦ ସ୍କୁଲ ଓ ସେଣ୍ଟମେରି ସ୍କୁଲ ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ବିଦ୍ୟାଳୟ ଠାରେ ସହୀଦ ପ୍ରଦିପ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ପରେ ମାର୍ଚ୍ଚ ପାଷ୍ଟ କରାଯାଇ ଲିପଲୋଇ ଛକ ଦେଇ ଡାଲମିଆ ସିମେଣ୍ଟ କଲୋନୀ ପରିସରରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଏନସିସି ପତାକା ଉତ୍ତୋଳନ କରିବାପରେ ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଉପାଧ୍ୟକ୍ଷ ଏମଡି ଇରଫାନ ଶୋଭା କିରୋ ବିରେନ୍ଦ୍ର ମାହାତୋ ଏମଡି ହନିଫ ଜୟଦେବ କର ଜେସି ରାଉତ ସୁସ୍ମିତା ଟୋପୋ ଙ୍କ ସହ ପ୍ରାୟ ୫୦୦ ଏନସିସି ଛାତ୍ର ଛାତ୍ରୀ, ପ୍ରଶିକ୍ଷଣ ଶିକ୍ଷକ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *