ମେଘାସନୀ ଶକ୍ତି ମହିଳା ମହାସଂଘ ରେ ଅନିୟମିତତା ଓ ଅର୍ଥ କାରବାର ନେଇ ଭିଜିଲାନ୍ସ ତଦନ୍ତଦାବି।

କରଞ୍ଜିଆ- ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ସ୍ତରୀୟ ମେଘାସନୀ ଶକ୍ତି ମହିଳା ମହାସଂଘ ରେ ବ୍ୟାପକ ଅନିୟମିତତା ହୋଇଥିଵା ଯଶିପୁର ବିଡ଼ିଓ ଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନ ହେବାରୁ ବ୍ଲକ ଲେଵୁଲ ଫେଡେରେସନ୍ (ବି ଏଲ୍ ଏଫ୍ ) ର କେତେକ ମହିଳା ସଦସ୍ୟା ବାଲେଶ୍ଵର ଭିଜିଲାନ୍ସ ଏସ୍ ପି ଙ୍କୁ ସେ ସମ୍ପର୍କରେ ଅବଗତ କରାଇଛନ୍ତି । ବିଶେଷକରି ବ୍ୟବସାୟ ପାଇଁ ବ୍ୟାଙ୍କ ରୁ ଯେଉଁ ଟଙ୍କା ଉଠାଯାଏ ସେହି ଟଙ୍କା ଆତ୍ମସାତ ରେ ଯାଏ । ତାହାର ସଠିକ୍ ହିସାବ କିତାଵ ମିଶନ ଶକ୍ତି ମହିଳା ମହାସଂଘ ରେ ଉପସ୍ଥାପନ କରାଯାଏନାହିଁ। ମେଘାସନୀ ଶକ୍ତି ସଂଘ ର ବ୍ୟାଙ୍କ ପାସ୍ ବହି କୁ ସରକାର ଙ୍କ ତରଫରୁ ଯାହା ଵି ଟଙ୍କା ଆସେ ମହାସଂଘ ର ସଭାନେତ୍ରୀ ପୁଷ୍ପମଞ୍ଜରୀ ମହାନ୍ତ ଅନ୍ୟ ସଦସ୍ୟ ମାନଙ୍କୁ ଵିଭ୍ରାନ୍ତି ରେ ପକାଇଥାନ୍ତି। ସେହିପରି ମହାସଂଘ ର ସମ୍ପାଦିକା କୁଞ୍ଜଲତା ମହାନ୍ତ ବେଆଇନ ଭାଵେ ନିଜ ପୁଅ କୁ ମିଶନ ଶକ୍ତି ଅଫିସ ରେ କମ୍ପ୍ୟୁଟର ଚଳାଇବା ପଦବୀ ରେ ରଖିଥିଲେ। ଯାହାକି ଜଣେ ମହିଳା ସେହି ପଦବୀରେ ରହିବା କଥା। ତାଙ୍କ ପୁଅ କୁ କମ୍ପୁଟର ଚଲାଇବା ଦାୟିତ୍ୱରେ ରଖି ବ୍ୟାଙ୍କ ର ଟଙ୍କା କାରବାର ରେ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। ଯଶିପୁର ଶାଖା ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଷ୍ଟେଟ ମେଣ୍ଟେ ମଧ୍ୟ ଦିଆଯାଇଥିଲା।

୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି। ଏହି ଅର୍ଥ ଦୁରୁପଯୋଗ ହୋଇଥିବା ଜଣାଯାଏ । ପାରିଶ୍ରମିକ ଵାଵଦ ମହାସଂଘ ର ଅନ୍ୟ ସଦସ୍ୟା ମାନଙ୍କୁ ବହୁତ କମ୍ ଟଙ୍କା ଦିଆଯାଇ ବାକି ଟଙ୍କା ବାଟମାରଣା ରେ ଯାଉଥିଲା।ଏହି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ଡିପିସି ଙ୍କୁ ଜଣାଇଥିଲେ ସୁଦ୍ଧା ଏବଂ ସମାଧାନ ପାଇଁ ଘନଘନ ବୈଠକ କରୁଥିଲେ ହେଁ ଟାଳଟୁଳ ନୀତି ଯୋଗୁଁ ସମସ୍ୟା ର ସମାଧାନ ହୋଇ ପାରୁ ନ ଥିଲା । ନାମକୁ ମାତ୍ର ସଭାନେତ୍ରୀ ଓ ସମ୍ପାଦିକା ଙ୍କ ବିରୋଧ ରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବ୍ୟାଙ୍କ କାରବାର ର ପୁଖାଂନୁପୁଖଂ ତଦନ୍ତ କରାଯାଇ ନାହିଁ । ଏଣୁ ଯଶିପୁର ବ୍ଲକ ମେଘାସନୀ ଶକ୍ତି ସଂଘ ର ଅର୍ଥ ଅନିୟମିତତା ରେ ଯେଉଁ ମାନେ ସଂପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବିରେ ଗତ ନଭେମ୍ବର ୭ ତାରିଖ କେତେକ ମହିଳା ସଦସ୍ୟା ଡାକ ଯୋଗେ ପଞ୍ଜିକୃତ କରି ବାଲେଶ୍ୱର ଭିଜିଲାନ୍ସ ଏସପି ଙ୍କୁ ଏ ସମ୍ବନ୍ଧରେ ଲିଖିତ ଅନୁରୋଧ କରିଛନ୍ତିି ।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *