ଶୋଷଣ କରୁଛି ଏସ ଏସ ମାର୍ଟ ସୁପର ମାର୍କେଟ।ବଜାର ଦରରୁ ଅଧିକ ଦାମ ନେବା ଅଭିଯୋଗ।

କରଞ୍ଜିଆ- କାର୍ଡ ଧାରୀ ଖାଉଟି ମାନେ ଏସ ଏସ ମାର୍ଟ ସୁପର ମାର୍କେଟ ପକ୍ଷରୁ ଶୋଷଣ ହେଉଥିବା ଜଣାପଡିଛି।ତେବେ ଏଭଳି ଏକ ଅଭିଯୋଗ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମ ବଜାର ମଧ୍ୟରେ ଥିବା ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲି ଦ୍ୱାରା ପରିଚାଳିତ ଏସ ଏସ ମାର୍ଟ ସୁପର ମାର୍କେଟ ବିରୋଧ ରେ ଆସିଛି।ଏସ ଏସ ମାର୍ଟ ଖୋଲିବାର ଏକ ମାସରୁ ଉର୍ଦ୍ଧ୍ଵ ହେବ ମାତ୍ର ବିନା କୌଣସି କମ୍ପ୍ୟୁଟର ବିଲ୍ ନଦେଇ ବଜାର ଦର ଠାରୁ ଚଢା ଦରରେ ଖାଉଟି ସାମଗ୍ରୀ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି। ଖାଉଟି ଙ୍କ ସୂଚନା ଅନୁସାରେ ସମବାୟ ସମିତି ରୁ କିଛି କର୍ମଚାରୀ ଗ୍ରାମ ଗୁଡିକରେ ଯାଇ ୨୫୦ ଟଙ୍କା ଦେଇ ସମବାୟ ସମିତିରେ ଖାତା ଖୋଲିବା ପାଇଁ ସାଧାରଣ ଲୋକଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଖାତା ଖୋଲିଲେ ସମବାୟ ସମିତି ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପାଇବା ସହ ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ ଉପରେ ୧୫ ରୁ ୫୦ ଶତକଡା ରିହାତି ପାଇବେ ବୋଲି କର୍ମଚାରୀ ମାନେ ଲୋକଙ୍କୁ କହିଥିଲେ।ଲୋକ ୨୫୦ ଟଙ୍କା ଦେଇ ଖାତା ଖୋଲିବା ଆରମ୍ଭ ମଧ୍ୟ କରିଦେଇଥିଲେ।ତେବେ ଖାତା ଖୋଲିବା ପରେ ରିହାତି ଦରରେ ସାମଗ୍ରୀ କେଉଁଠି ମିଳିବ ବୋଲି କାର୍ଡ ଧାରୀ ଙ୍କ ମନରେ ପ୍ରଶ୍ନ ଉଠୁ ଉଠୁ ଅକ୍ଟୋବର ୬ ତାରିଖ ଦିନ ଚମ୍ପାଝର ଗ୍ରାମ ବଜାର ମଧ୍ୟରେ ଥିବା ପୂର୍ବତନ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ମାର୍କେଟ କମ୍ପ୍ଲେକ୍ସ ଖୋଲାଯାଇଥିଲା ଏସ ଏସ ମାର୍ଟ ସୁପର ମାର୍କେଟ। ତେବେ ଏହି ମାର୍ଟରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲି ପକ୍ଷରୁ ପାଟଣା, ଠାକୁରମୁଣ୍ଡା, କରଞ୍ଜିଆ ଏବଂ ସାହାରପଡା ବ୍ଲକ ରେ ଏରିଆ ମ୍ୟାନେଜର ଭାବେ କାମ କରୁଥିବା ବେବିତା ମଞ୍ଜରୀ ମହାନ୍ତ ଙ୍କ ଶଶୁର ଭରତ ମହାନ୍ତ ଠାକୁରମୁଣ୍ଡା ବ୍ଲକ ମ୍ୟାନେଜର ଭାବେ ନିଯୁକ୍ତ ହେଲେ। ତେବେ ଚମ୍ପାଝର ରେ ମାର୍ଟ ଉଦଘାଟନ ପରେ ସାଧାରଣ ଲୋକ ବହୁତ ଖୁସି ହୋଇଥିଲେ କି, ରିହାତି ଦରରେ ସାମଗ୍ରୀ ମିଳିବ।ମାର୍ଟ ପକ୍ଷରୁ କିଛି ଦିନ ରିହାତି ଦରରେ ସାମଗ୍ରୀ ଯୋଗାଣ ମଧ୍ୟ ହୋଇଥିଲା।ମାତ୍ର କିଛି ଦିନ ହେଲା ଏରିଆ ମ୍ୟାନେଜର ବବିତା ମଞ୍ଜରୀ ମହାନ୍ତ ଏବଂ ମ୍ୟାନେଜର ଭରତ ମହାନ୍ତ ଙ୍କ ସରକାରୀ ଚାକିରୀ କରୁଥିବା ଜଣେ ଅତି ନିକଟ ସମ୍ପର୍କୀୟଙ୍କ ଇଙ୍ଗିତରେ ମାର୍ଟ ରେ ବଜାର ଠାରୁ ଚଢା ଦରରେ ଖାଉଟି ସାମଗ୍ରୀ ବିକ୍ରୀ ହେଉଥିବା ଅଭିଯୋଗ କରିଛନ୍ତି ସମବାୟ ସମିତି କାର୍ଡ ଧାରୀ ଖାଉଟି।ଏ ବାବଦରେ ମ୍ୟାନେଜର ଭରତ ମହାନ୍ତ ଙ୍କୁ ପଚାରିବାରୁ ସେ ମୁଖ୍ୟ ପ୍ରସଙ୍ଗ କୁ ଏଡାଇ ଯାଇ ସାମଗ୍ରୀ ପାଇଁ ଆମେ ସଂସ୍ଥା ରେ ଟଙ୍କା ଡିପୋଜିଟ କଲେ ମଧ୍ୟ ଆମକୁ ସାମଗ୍ରୀ ମିଳି ପାରୁ ନାହି ଏବଂ ବିଲ୍ ମେସିନ ପାଇଁ ବାରମ୍ବାର କହିଲେ ମଧ୍ୟ ଆମକୁ ଦିଆ ଯାଉ ନାହି ବୋଲି ପ୍ରକାଶ କରିଥିଲେ।ତେବେ ସମବାୟ ସମିତିର ଉପରିସ୍ଥ କତୃପକ୍ଷ ଯଥାଶୀଘ୍ର ଏହାର ତଦନ୍ତ କରି ଏହାର ସମାଧାନ କରିବା ସହ ମାର୍ଟ ଦ୍ଵାରା ଲୁଟ୍ ର ଶିକାର ହୋଉଥିବା କାର୍ଡ ଧାରୀ ଖାଉଟି ଙ୍କୁ ନ୍ୟାୟ ଦେବାକୁ ସାଧାରଣ ରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *