ରାଜଗାଙ୍ଗପୁର ଆହାର କେନ୍ଦ୍ର କୁ ନେଇ ରାଜନୈତିକ ଯୁଦ୍ଧ।

ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ପରିସର ରେ ଥିବା ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର କୁ ନେଇ ରାଜନୈତିକ ମହାଯୁଦ୍ଧ ହେବାରେ ଲାଗିଛି। ଖାଇବା ଥାଲି ଟେଣ୍ଟର ପ୍ରକ୍ରିୟାକୁ ନେଇ ଆହାର କେନ୍ଦ୍ର ପରିଚାଳନା କରୁଥିବା ଜୟ ଜଗନ୍ନାଥ ମହିଳା ଏସ ଏଚ ଜି ଗ୍ରୃପ ସଦସ୍ୟ ନିମ୍ନମାନର ଥାଲି ସହ ବିଭିନ୍ନ ସମୟରେ ଧମକ ଚମକ ଦେଉଥିବା ସୋମାନେ ଥାନା ରେ ଅଭିଯୋଗ କରିଛନ୍ତି।

ଗାଡି ଗଂଗା,ଅଭଦ୍ର ଟିପ୍ପଣୀ ସୋମାନଙ୍କ ପ୍ରତି କରୁଥିବା ଗୁରୁତର ଅଭିଯୋଗ ଆଣିଛନ୍ତି। ଉକ୍ତ ଆହାର କେନ୍ଦ୍ର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ରାଜଗାଙ୍ଗପୁର ପୈରପାଳିକା ପକ୍ଷରୁ ଅନୁମତି ପ୍ରଦାନ କରି ଥିବା ଦର୍ଶାଇ ଥିଲେ ଆହାର କେନ୍ଦ୍ର ରେ ପ୍ରତିଦିନ ପ୍ରାୟ ୪୦୦ ଗରିବ ଶ୍ରେଣୀୟ ଲୋକ ସ୍ଵାଦିଷ୍ଟ , ପରିସ୍କାର ପରିଚ୍ଛନ୍ନ ଭୋଜନ କରିଥାନ୍ତି।କିଛି ରାଜନୈତିକ ପ୍ରକୃତିର ଲୋକେ ଉକ୍ତ ଆହାର କେନ୍ଦ୍ର ହାତେଇବାକୁ ଚେଷ୍ଟା କରୁଥିବା ମହିଳା ଏସ ଏଚ ଜି ଗ୍ରୁପ୍ ଅଭିଯୋଗ କରିଛନ୍ତି। ଜିଲ୍ଲା ତଥା ରାଜଗାଙ୍ଗପୁର ପୋଲିସ ପ୍ରଶାସନ ଯଥାଶୀଘ୍ର ସୋମାନଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଗୁହାରୀ ହୋଇଛନ୍ତି|

Leave a Reply

Your email address will not be published. Required fields are marked *