ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ଟ୍ରାଇବଳ ହୋଷ୍ଟେଲ ଓ ସମଗ୍ର ବିକାଶ ତାଲିମ କେନ୍ଦ୍ର ର ଗରିବ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଧୁନିକ ପାଠପଢା ନିମନ୍ତେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଙ୍କ ନିଜସ୍ୱ ପାଣ୍ଠି ରୁ ଆଧୁନିକ ରୋଷେଇଘର ଓ ରୋଷେଇ ଉପକରଣ ଓ ଭାରତ ପ୍ରତିଷ୍ଠିତ ଏଚ ଆର ଆଇ ମେଗନେସୀଟିଆ କଂପାନୀ ପକ୍ଷରୁ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର, ପାଠ ପଢା ଟେବୁଲ୍ ଚେୟାର,ଧଲା ବୋଡ, ବିଭିନ୍ନ ପାଠପଢ଼ା ସାମଗ୍ରୀ ସହ ସମଗ୍ର ବିକାଶ ତାଲିମ କେନ୍ଦ୍ର ର ମରାମତି ଓ ରଂଗ କରାଇଥିଲେ।
ଟ୍ରାଇବେଲ ହୋଷ୍ଟେଲ, ସମଗ୍ର ବିକାଶ ତାଲିମ କେନ୍ଦ୍ର ର ନିର୍ଦେଶିକା ସିଷ୍ଟର ମଞ୍ଜୁଲା ବାଡା ଙ୍କ ତତ୍ବାବଧାନରେ ମାନ୍ୟବର ବିଧାୟକ ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଆଧୁନିକ ରୋଷେଇଘର ଶୁଭ ଉଦଘାଟନ କରି ସମସ୍ତ ପାଠପଢ଼ା ସାମଗ୍ରୀ ଓ କମ୍ପୁଟର ଉପକରଣ ସିଷ୍ଟର ମଞ୍ଜୁଲା ବାଡା ଙ୍କୁ ପ୍ରଦାନ କରି ଥିଲେ ଏହି ଅବସରରେ ବିଧାୟକ ବ୍ଳକ ପ୍ରତିନିଧି ଅରୁଣ ସାମଲ,ଆର ଏସ ଆଇ କଂପାନୀ ମୁଖ୍ୟ ବିରେନ୍ଦ୍ର ପ୍ରସାଦ,ଅଯୟ ପ୍ରକାଶ ଶର୍ମା, ଅସିତ୍ ଦାସ,ସୁବେନ୍ଦୁ ଦାସ,ଚାରୁ ଚନ୍ଦ୍ରା ହୁଇ,ଜେ ଏନ୍ ବଳ, ମୁକେଶ ରଞ୍ଜନ ମିଶ୍ର,ଭିବର ପ୍ରସାଦ,ଯଶମିନ ଦାସ,ଶୁଧାନଷୁ କାନୁନଗୋ, ସୁରକ୍ଷା ମୁଖ୍ୟ ରଜନୀ କାନ୍ତ ପ୍ରଦାନ ଉପସ୍ଥିତିରେ ଆଦିବାସୀ ସଂସ୍କୃତିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।