୨୧ତମ ପ୍ରାଣୀଧନ ଗଣନା -୨୦୨୪ର ଶୁଭାରମ୍ଭ

କଟକ ତା ୨୧.୧୧.୨୦୨୪ରିଖ ରାଜ୍ୟରେ ୨୧ତମ ପ୍ରାଣୀଧନ ଗଣନା -୨୦୨୪ କାର୍ଯ୍ୟକ୍ରମ କଟକ ଜିଲ୍ଲାର ଖପୁରିଆ ସ୍ଥିତ ୱାର୍ଡ ନଂ ୫୦ ଏବଂ ୫୨ରୁ ଶୁଭାରମ୍ଭ କରାଯାଇଅଛି। ରାଜ୍ୟର ସମସ୍ତ ଗ୍ରାମ ତଥା ସହରାଞ୍ଚଳରେ ଥିବା ସମସ୍ତ ୱାର୍ଡରେ ଏହି ପ୍ରାଣୀ ଧନ ଗଣନା କରାଯିବ।1919-20 ମସିହାଠାରୁ ପ୍ରତି 5 ବର୍ଷରେ ଏହି ଗଣନା କରାଯାଇ ଆସୁଛି।ପ୍ରାଣୀ ସମ୍ପଦ ର ବିଭିନ୍ନ ଯୋଜନା,କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରାଣୀ ଧନ ଗଣନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ବିଭୁ ରଞ୍ଜନ ଦାସ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଜିଲ୍ଲା ନୋଡାଲ ଅଧିକାରୀ ତଥା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଅଭିମନ୍ୟୁ ସାହୁଙ୍କ ତତ୍ତ୍ଵାବଧାନରେ ଗଣନା କାର୍ଯକ୍ରମ ଆରମ୍ଭ କରାଯାଇଥିଲା ଏବଂ ଏହି ଗଣନା ଆସନ୍ତା 4 ମାସ ପର୍ଯ୍ୟନ୍ତ ଚାଲୁ ରହିବ।

ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦେଶକ ଡ଼ଃ ଦେବଦତ୍ତ ପାଢ଼ୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଶ୍ମି ରଞ୍ଜନ ଦାଶ ସୁପରଭାଇଜର ଭାବେ ଉପସ୍ଥିତ ଥିଲେ। ଗଣନା କାରି ମାନେ ଘର ଘର ବୁଲି ଆବଶ୍ୟକୀୟ ତଥ୍ୟ ସଂଗୃହିତ କରିବେ ଯାହାକି ସଂପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡ଼ଃ ଦାସ ଓ ଶ୍ରୀ ବେହେରା ସମସ୍ତ ପ୍ରାଣୀ ପାଳକ ଭାଇ ଭଉଣୀ ତଥା ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *