ରାଜ୍ୟ ସରକାରଙ୍କ ସହର, ଗୃହ ବିକାଶ ବିଭାଗ ପକ୍ଷରୁ ପୈରପାଳିକା ଅନ୍ତର୍ଗତ ସୁରୁଡି ଗ୍ରାମ ନିକଟସ୍ଥ ସରକାରୀ ଜମି ରେ ନୂତନ ଏମସିସି,ଏମ ଆର ଏଫ୍ ସାର କାରଖାନା ନିର୍ମାଣକୁ ବିରୋଧ କରି ପୈରପାଳିକା ଅନ୍ତର୍ଗତ ସୁରୁଡି ଓ ଆଖପାଖ ଅଞ୍ଚଳ ର ଶତାଧିକ ପୁରୁଷ ମହିଳା ଏକତ୍ରିତ ହୋଇ ପରିବେଷ ଦୂଷିତ ସହ ସ୍ଵାସ୍ଥ୍ୟ ପାଇଁ ହାନିକାରକ ଦର୍ଶାଇ କାରଖାନା ନିର୍ମାଣକୁ ବିରୋଧ କରିଥିଲେ।
ଉକ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦେଶ ଦେବାପରେ ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଉପାଧ୍ୟକ୍ଷ ଏମଡି ଇରଫାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ବିଭାଗୀୟ ଅଧିକାରୀ ହଜମ ଟୁଡୁ, ପତନ ନାୟକ ସ୍ଥାନୀୟ କାଉନସିଲର ଲଳିତା ଚଉନିଆ ପଦା ଜାମପାଲି ସମିତି ସଭ୍ୟ ଗଣେଶ କେରକେଟା , ବହୁ ଅଧିକାରୀ କର୍ମଚାରୀ ଓ ଗ୍ରାମ ବାସିନ୍ଦାଙ୍କ ଉପସ୍ଥିତି ରେ ସୁରୁଡି ଗ୍ରାମ ରେ ଜନଶୁଣାଣି ଶିବିର ଅନୁଷ୍ଠିତ କରାଯାଇ ପୈରପାଳିକା ପକ୍ଷରୁ ଗ୍ରାମ ବାସିନ୍ଦା ଙ୍କୁ କାରଖାନା ପ୍ରତିଷ୍ଠା ହେଲେ ସ୍ଥାନୀୟ ଜନସାଧାରଣ ରୋଜଗାର ଓ ଉନ୍ନତି ହେବ ବୋଲି ସମସ୍ତ ଙ୍କୁ ବୁଝାସୁଝା କରାଯାଇଥିଲା। ଗ୍ରାମ ବାସିନ୍ଦା ସେମାନଙ୍କର ସମସ୍ୟା ସମ୍ପର୍କରେ ପୈରପାଳିକା କୁ ସମସ୍ତ ତଥ୍ୟ ଅବଗତ କରାଇଥିଲେ। ଉକ୍ତ ସମସ୍ତ ସମସ୍ୟା ର ସପକ୍ଷ ବିପକ୍ଷ ମତାମତ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସପି ଙ୍କୁ ଅବଗତ କରାଯିବ ବୋଲିି ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ସୁଚନା ଦେଇଥିଲେ।