ରାଜଗାଙ୍ଗପୁର ନୃତ୍ୟ ଗୁରୁଙ୍କ କମାଲ୍ ।

ରାଜ୍ୟ ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ୨୦୨୪ ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝି ଯୋଗଦାନ କରି ଶିଶୁ ମାନଙ୍କର ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହ ଉତ୍ତମ ବ୍ୟାବସ୍ଥା ଓ ଛାତ୍ର ଛାତ୍ରୀ ଙ୍କ ପ୍ରତିଭା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହର ର ନୃତ୍ୟ କଳା ଗୁରୁ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ ଓ ଶ୍ରୀ ମତି ଶେଖୁନ ବାରା ଙ୍କ ତତ୍ବାବଧାନରେ କୁଆଁରମୁଣ୍ଡା ବ୍ଳକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଡୁଗାଂବନ୍ଧ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାର ଉନ୍ନତ ପ୍ରଦର୍ଶନ କରି ୩୦ ଟି ଜିଲ୍ଲା ରୁ ୫ ଟି ଦଳ ଶିଶୁ ମହୋତ୍ସବ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଅଧିକାର କରି ରାଜଗାଙ୍ଗପୁର କୁଆଁରମୁଣ୍ଡା ମାଟିର ଗୈାରବାନିତ କରିବା ସହ ବିଦ୍ୟାଳୟ ର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲେଖିଦେଲେ।

ଉକ୍ତ ସଫଳତା ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ସଦାନନ୍ଦ ପ୍ରଧାନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ପାତ୍ର ନୃତ୍ୟ କଳା ଗୁରୁ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *