ସୈନିକ ସଂଗଠନ ପକ୍ଷରୁ ପୁସ୍ତୀକା ଉନ୍ମୋଚନ କଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।ଯଶିପୁର ଠାରେ ସ୍ଥାପନ ହେବ ସୈନିକ ବୋର୍ଡ।

କରଞ୍ଜିଆ-: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ମୟୂରଭଞ୍ଜ ଏକ୍ସ୍ ସର୍ଭିସ୍ ମ୍ୟାନ ଲିଗ୍ ଓ ଯଶିପୁର ଟାଇଗର୍ ଏକ୍ସ୍ ସର୍ଭିସ୍ ହେଲ୍ପ୍ କୋ ଅପରେଟିଭ୍ ଲିମିଟେଡ଼ ମିଳିତ ଆନୂକୁଲ୍ୟ ରେ ସେବାନିବୃତ ସୈନିକ ତଥା ସହୀଦ ବୀର ଙ୍କ ପରିବାର ଙ୍କ ବିଭିନ୍ନ କଲ୍ୟାଣକାରି ସହାୟତା ର ସହଜ ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରକାଶିତ ମୟୂର ସୈନିକ ପୁସ୍ତକ ଉନ୍ମୋଚିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ ସ୍ଥାନୀୟ କନକ ରେସିଡେନ୍ସୀ ଠାରେ ଟାଇଗର୍ ଏକ୍ସ୍ ସର୍ଭିସ୍ ହେଲ୍ପ୍ କୋ ଅପରେଟିଭ୍ ଲିମିଟେଡ଼ ଅଧ୍ୟକ୍ଷ ତଥା ସେବାନିବୃତ ସୈନ୍ୟ ଅଧିକାରୀ ମେଜର ଡି,ଏନ ଦାସ ଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ କୁ ମୂଖ୍ୟ ଅତିଥି ରୂପେ ରାଜ୍ୟ ସରକାର ଙ୍କ ମାନ୍ୟବର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ ଦୀପପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।ଉକ୍ତ ଅବସରରେ ସମ୍ମାନିତ ଅତିଥି ରୂପେ ସମ୍ମାନୀତ ଅତିଥି କର୍ଣ୍ଣେଲ ଡ଼ଃ ଅଶୋକ ଦାସ,ଏଆର୍ ଭାଇସ୍ ମାର୍ଶାଲ ମହାରାଜା ମହାନ୍ତ, କର୍ଣ୍ଣେଲ ଦିନେଶ୍ ଦାସ୍, ଫ୍ଲାଇଙ୍ଗ ଅଫିସର ଜନାର୍ଦ୍ଦନ ମହାନ୍ତ,ସୁଵେଦାର ମେଜର ଚନ୍ଦ୍ରମଣି ଦଳେଇ, ମେଜର ପରମେଶ୍ବର ମହାନ୍ତ,ଡି,କେ ସର୍ମା, ଭେଟେରାନ୍ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରମୂଖ ମଞ୍ଚାସୀନ ହୋଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖୁଣ୍ଟିଆ ଙ୍କ ସହ ଉକ୍ତ ପୁସ୍ତିକା ଉନ୍ମଚୋନ କରିଥିଲେ।

ଦେଶମାତୃକା ର ସେବା ଓ ସୁରକ୍ଷା ରେ ଜଳ,ସ୍ଥଳ ଏବଂ ବାୟୁ ସୈନିକ ଙ୍କ ଅବଦାନ ଅଦିତୀୟ ବୋଲି ପ୍ରକାଶ କରିବାସହ ଉପସ୍ଥିତ ସମସ୍ତ ସୈନିକ ଓ ବୀରନାରୀ ଙ୍କୁ କୃତଜ୍ଞତା ର ସହ ନମନ କରିଥିଲେ।ପୂର୍ବ ସୈନିକ ଙ୍କ ପକ୍ଷରୁ ମେଜର ଶ୍ରୀଯୁକ୍ତ ଦାସ ମୟୂରଭଞ୍ଜ ରେ ଏକ ଜିଲ୍ଲା ସୈନିକ ବୋର୍ଡ ଗଠନ କରିବା ସହ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରଖାନା ସ୍ଥାପନ କରିବା, କ୍ୟାଣ୍ଟିନ୍ କାଟେନର,ଟ୍ରାଞ୍ଜିଟ୍ କ୍ୟାମ୍ପ ଆଶ୍ରୟସ୍ଥଳୀ ନିର୍ମାଣ କରିଵା, ଏଆର୍ ସୋ ରିକ୍ୟୁମେଣ୍ଟ୍ ରାଲି କରିବା ଏବଂ ଯଶିପୁର ଏକ ସୈନିକ ଭବନ ନିର୍ମାଣ କରିଵା ପାଇଁ ମନ୍ତ୍ରୀ ଠାରେ ଅନୁରୋଧ ଉପସ୍ଥାପନ କରିଥିଲେ ।

ତେବେ ସେବାନିବୃତ ସୈନିକ ତଥା ସହୀଦ ବୀର ଙ୍କ ପରିବାର ଙ୍କ ମଙ୍ଗଳ ନିମନ୍ତେ ସମସ୍ତ ସହଯୋଗ ସହାୟତା ପ୍ରାପ୍ତି ନିମନ୍ତେ ମନ୍ତ୍ରୀ ଶ୍ରୀଯୁକ୍ତ ଖୁଣ୍ଟିଆ ଯଥାସାଧ୍ୟ ପ୍ରୟାସର ପ୍ରତିଶୃତି ଦେଇଥିଲେ। ଏହାପରେ ଉକ୍ତ ପୁସ୍ତିକା କୁ ଉପସ୍ଥିତ ସମସ୍ତ ପୂର୍ବ ସୈନିକ ଏବଂ ସହୀଦ ପରିବାର ଙ୍କୁ ବିତରଣ କରଯାଇଥିଲା। ବୈଠକ ଶେଷରେ ମେଜର ଡି ଏନ୍ ଦାସ୍ ମୁଖ୍ୟ ଅତିଥି ତଥା ସମସ୍ତ ଅତିଥି ଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ।ହାବିଲଦାର ଶ୍ରୀ ଆନପା ସୋରେନ ଙ୍କୁ ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ,କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *