କଟକ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଐତିହାସିକ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ଉଦଘାଟିତ ହୋଇଅଛି।ଦୁଇଦିନ ଧରି ଚାଲିବାକୁ ଥିବା ଏହି ମେଳା କଟକ ଜିଲ୍ଲାର ମେୟର ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ସିଂହଙ୍କ ଦ୍ଵାରା ଉଦ୍ ଘାଟିତ ହୋଇଯାଇଅଛି।ଏହି ଉଦଘାଟନୀ ଉତ୍ସବରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ତଥା ମତ୍ସ୍ୟ ବିଭାଗର ଭାର ପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମାଶିଶ ହା ଜ ରା,କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋ ପୋ ,ଜିଲ୍ଲା ପରିଷଦ ଅଗ୍ରିକଲ୍ଚର standing କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଆ ଶି ଶ୍ କୁମାର ସାହୁ ଉପସ୍ଥିତ ଥିଲେ। ଏହି ସମାବେଶରେ ଜିଲ୍ଲାର ୭ ଟି ବ୍ଲକ ରୁ ୨୮୦ ଜଣ ମତ୍ସ୍ୟ, ପ୍ରାଣୀ ପାଳନ,କୁକୁଡ଼ା ଚାଷୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ବିଭୁ ଦାସ ସ୍ବାଗତ ଅଭିଭାଷଣରେ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଅବଗତ କରାଇଥିଲେ।

ନିର୍ଦ୍ଦେଶକ ଶ୍ରୀ ହା ଜ ରା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମେୟର ଶ୍ରୀ ସିଂହ ମତ୍ସ୍ୟ ଓ ପ୍ରାଣୀ ପାଳନ ଜୀବନ ଜୀବିକାର ଗୁରୁତ୍ଵ ପୂର୍ଣ୍ଣ ଅଂଶ ଭାବରେ ବର୍ଣ୍ଣନା କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପୋ ଚାଷୀ ମାନ ଙ୍କର ଉନ୍ନତି ହିଁ ରାଜ୍ୟ ତଥା ଦେଶର ପ୍ରଗତି ବୋଲି ମତବ୍ୟକ୍ତ କରିଥିଲେ।ଶ୍ରୀଯୁକ୍ତ ଆଶିଷ କୁମାର ସାହୁ ଚାଷୀମାନଙ୍କୁ ନୂତନ କୌଶଳ ଓ ଆଧୁ ନିକି କରଣକୁ ଆପଣେଇ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷକୁ ବୃଦ୍ଧି କରିବା ପାଇଁ ଉଦବୋଧନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଏକ କୃଷକ – ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବ୍ଲକ ଆସିଥିବା ଚାଷୀ ଭାଇ ଭଉଣୀ ମାନେ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନୂତନ ଜ୍ଞାନ କୌଶଳ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, ଯାହାକି ଉପସ୍ଥିତ ଥିବା ମତ୍ସ୍ୟ ଓ ପ୍ରାଣୀ ବିଶେଷଜ୍ଞ ମାନଙ୍କ ଦ୍ଵାରା ଉତ୍ତର ପ୍ରଦାନ କରାଯାଇଥିଲା। ପରିଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ବବିତା ମହନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *