ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କରଞ୍ଜିଆ ଶାଖା ପକ୍ଷରୁ ବିଧାୟକଙ୍କୁ ସ୍ମାରକପତ୍ର ପ୍ରଦାନ।

କରଞ୍ଜିଆ-ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ,ଓଡ଼ିଶା ଭୁବନେଶ୍ୱର ଆନୁକୁଲ୍ୟ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଶ୍ଵରଂଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ସାର ରାଜ୍ୟର ୧୪୭ ବିଧାନସଭା ନିର୍ବଚନମଣ୍ଡଳୀରେ ସପ୍ତାହ ବ୍ୟାପୀ ଚାଲୁଥିବା ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଠାରେ ସମାହିତ ହୋଇଛି ।

ଏ ପରିପ୍ରେକ୍ଷୀରେ ସଂଘ ର କରଞ୍ଜିଆ ଶାଖା ପକ୍ଷରୁ କରଞ୍ଜିଆ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଚରଣ ହାଈବୃ ଙ୍କୁ ଭେଟି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ମାନେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ସ୍ମାରକ ପତ୍ରରେ ସଂଘର ଦାବି ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ() ନିମନ୍ତେ ଉପସ୍ଥାପନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ସୁପାରିଶ ପତ୍ର ପାଇଁ ଅନୁରୋଧରଖାଯାଇଛି। ସଂଘର ରାଜ୍ୟ ସଭାପତି ଙ୍କ ଆହ୍ଵାନକ୍ରମେ କରଞ୍ଜିଆ ସ୍ୱୟଂସାଶିତ ମହାବିଦ୍ୟାଳୟ ର ଭାବଗ୍ରାହୀ ସେଠୀ ଙ୍କ ନେତୃତ୍ୱରେ ଶ୍ରୀ ବିଭୁତି ଭୂଷଣ ମହାନ୍ତ, ରମେଶ ଚନ୍ଦ୍ର ବେହେରା, ସୂର୍ଯ୍ୟ ରଞ୍ଜନ ମୁଖୀ,ରଞ୍ଜନ କୁମାର ମହାନ୍ତ ପ୍ରମୁଖ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ମାନ୍ୟବର ବିଧାୟକ ଙ୍କୁ ଭେଟି ଉକ୍ତ ସ୍ମାରକପତ୍ର ପ୍ରଦାନ କରିଥିଲେ।ତେବେ ଏହାର ସମାଧାନ ନିମନ୍ତେ ନିଶ୍ଚିତ ସହଯୋଗ କରିବା ନିମନ୍ତେ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଥିବା ବେଳେ ସମସ୍ତ ବେସରକାରୀ ଅଧ୍ୟାପକ ଗଣ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *